Latest Odisha News

BREAKING NEWS

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ କରାଯିବ ।

ପୂର୍ବରୁ ସରୋଜ ସେଠୀଙ୍କୁ ତିନି ଦିନ ରିମାଣ୍ଡରେ ନେଇ ଜେରା କରିବା ସହ ତଥ୍ୟ ହାତେଇଥିଲା ଏସଆଇଟି । ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରିଥିଲା । ଗିରଫ ପୂର୍ବରୁ ତାର ପଲିଗ୍ରାଫ ଟେଷ୍ଟ ବି ହୋଇଥିଲା । ଏବେ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିଛି ଏସଆଇଟି ।
ପରୀ ହତ୍ୟା ମାମଲାରେ କେବଳ ସରୋଜ ସେଠୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମାମଲାରେ କେହି ସାକ୍ଷୀ ନଥିବାରୁ ସାଇଣ୍ଟିଫିକ୍ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ଏସଆଇଟି । ଖୁବଶୀଘ୍ର ମାମଲାରେ ଚାର୍ଜସିଟ୍ ଦାଖଲ ହେବ । ଅଭିଯୁକ୍ତ ସରୋଜ ସେଠୀ ଏବେ ନୟାଗଡ଼ ଉପକାରାକାଗରରେ ରହିଛି ।

Leave A Reply

Your email address will not be published.