ନୂଆଦିଲ୍ଲୀ: ଇସ୍ରୋର ଆଦିତ୍ୟ L-1 ମିଶନକୁ ନେଇ ସାମନାକୁ ଆସିଲା ବଡ଼ ଖବର । ଇସ୍ରୋ ଟୁଇଟ କରି କହିଛି, ଆଦିତ୍ୟ L-1ର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (SWIS), ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକିଲ ଏକ୍ସପେରିମେଣ୍ଟ (ASPEX) ର ଦ୍ୱିତୀୟ ଉପକରଣ ଚାଲୁ ହୋଇଯାଇଛି । SWIS ଏକ ଲୋ ଏନର୍ଜିସ ସ୍ପେକ୍ଟ୍ରୋମିଟର ଯାହା ମାଧ୍ୟମରେ ସୂର୍ଯ୍ୟରେ ଥିବା ପ୍ରୋଟନ ଓ ଆଲଫା ପାର୍ଟିକିଲକୁ ମପାଯାଇ ପାରିବ ।
ଏଠାରେ କହି ରଖୁଛୁ, ଆଦିତ୍ୟ ସୋଲାର ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟରରେ ଦୁଇଟି ସବ୍ ପେଲୋଡ ରହିଛି । ପ୍ରଥମ ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର ଯାହା କମ୍ ଏନର୍ଜି ଦରକାର କରେ ଏହା ବର୍ତ୍ତମାନ ଚାଲୁ ହୋଇଯାଇଛି । ଏହାଛଡା ଦ୍ୱିତୀୟ ସବ୍ ପେଲୋଡ ସୁପରଥର୍ମ ଆଣ୍ଡ ଏନର୍ଜେଟିକ ପାର୍ଟିକିଲ ସ୍ପେକ୍ଟ୍ରୋମିଟର( STEPS) ମଧ୍ୟ ରହିଛି । ଏହା ସୌରଶକ୍ତି ସଂସ୍ପର୍ଶରେ ଆସୁଥିବା ଅଧିକ ଏନର୍ଜିକୁ ପ୍ରସ୍ତୁତ କରିବ ।
ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିଥିଲା ଆଦିତ୍ୟ-L1। ଏହା ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଲଞ୍ଚ ହୋଇଥିଲା ଆଦିତ୍ୟ-L1 । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରୁଛି ଏହି ସାଟେଲାଇଟ୍ । ସୂର୍ଯ୍ୟ ପୃଷ୍ଠରେ ହେଉଥିବା ପରିବର୍ତ୍ତନ ବିଶେଷ କରି ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରୁଛି ଆଦିତ୍ୟ L-1।
BREAKING NEWS
- ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ
- ବ୍ରହ୍ମପୁର-ଜୟପୁର ୬ ଲେନ ବିଶିଷ୍ଟ ରାସ୍ତା ପାଇଁ ୬୦୦୦ କୋଟି ଘୋଷଣା
- ଡିସେମ୍ବର ୨୬ରୁ ୧ ଘଣ୍ଟା ବନ୍ଦ ରହିବ OPD ସେବା
- ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍, ଭାରତରେ ବାଂଲାଦେଶ ହାଇକମିଶନରଙ୍କୁ ସମାନ
- ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ
- ଦୁର୍ନୀତି ମାମଲାରେ ପୂର୍ବତନ ପିଇଓ ତ୍ରିନାଥ ସେଠି ଦୋଷୀ ସାବ୍ୟସ୍ତ
- ବୁମରାହଙ୍କୁ ପଛରେ ପକାଇଲେ ବରୁଣ
- ୟୁକେରୁ ଫେରି ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଭାବପ୍ରବଣ ହେଲେ ଅନୁଷ୍କା, ଭିଡିଓ ଭାଇରାଲ
- National Herald Case: ରାଜଧାନୀରେ ତାତିଲେ କଂଗ୍ରେସ ନେତା ଓ କର୍ମୀ
- ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣାରେ ହେବ କଠୋର ଦଣ୍ଡବିଧାନ: ମନ୍ତ୍ରୀ
Comments are closed.