Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ପାକିସ୍ତାନ ଖେଳାଳିଙ୍କୁ ଅଣଦେଖା, ନିଜ ସାମଗ୍ରୀ ନିଜେ ଉଠାଇଲେ

ମେଲବୋର୍ଣ୍ଣ: ପାକିସ୍ତାନ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ପଂହଚି ସାରିଛି । ପାକିସ୍ତାନ ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ଖେଳାଳି ବିମାନବନ୍ଦରରୁ ବାହାରକୁ ଆସିବା ପରେ ନିଜ ସାମଗ୍ରୀ ନିଜେ ଉଠାଇ ଟ୍ରକରେ ରଖିଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଷ୍ଟ୍ରେଲିଆ ମ୍ୟାନେଜମେଂଟକୁ ମଧ୍ୟ ଏ ନେଇ ତୀବ୍ର ସମାଲୋଚନା କରାଯାଇଛି ।

ଖେଳାଳିମାନଙ୍କ ପ୍ରତି ଏ ଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ପ୍ରଶଂସକମାନେ କହିଛନ୍ତି । ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଖରାପ ପ୍ରଦର୍ଶନ କରିଥିଲା । ମହମ୍ମଦ ହାଫିଜକୁ ଟିମ ଡାଇରେକ୍ଟର ଓ କୋଚ ଭାବେ ନିଯୁକ୍ତ କରାଯାଇଛି । କମରାନ ଆକମଲ, ରାଓ ଇଫତିକାର ଅଞ୍ଜୁମ ଓ ସଲମାନ ବଟ୍ଟଙ୍କୁ ଚୟନ କମିଟି ସଦସ୍ୟ ଭାବେ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.