Latest Odisha News

ମାଡି ଆସୁଛି ବାତ୍ୟା ଗୁଲାବ , ମୁକାବିଲା ପାଇଁ ପ୍ରସ୍ତୁତ ମାଲକାନଗିରି ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଡି ଆସୁଛି ବାତ୍ୟା ଗୁଲାବ । ସାମ୍ଭବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ମାଲକାନାଗିରି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇଗଲାଣି । ପାଣି ପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଧକ୍ଷତାରେ ବାତ୍ୟା ମୁକାବିଲା କରିବା ପାଇଁ ଭରଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ଓ ତହସିଲ କାର୍ଯ୍ୟାଳୟର ସରକାରୀ କର୍ମଚାରୀ ମାନଙ୍କ ଛୁଟି ଆସନ୍ତା କାଲି ଠାରୁ ବାତିଲ କରାଯାଇଛି ।

ବିଶେଷ କରି ବାତ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କୁ ତଳିଆ ଅଞ୍ଚଳକୁ ଯିବା ଲାଗି ବାରଣ କରାଯାଇଛି । ନଈ କୁଳିଆ ଓ ବନ୍ୟା ଆଶଙ୍କା କରାଯାଉଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ  ଭୁସ୍ଖଳନ ହେବାର ଆଶଙ୍କା ରହିଥିବାରୁ । ଏହି ରାସ୍ତାରେ ଆସନ୍ତା କାଲି ନଯିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

ଆଜି ସନ୍ଦ୍ୟା ସୁଦ୍ଧା ୬ଟି ଓଡ୍ରାଫ ଟିମ ମାଲକାନଗିରି ରେ ପହଞ୍ଚିବେ । ସେମାନଙ୍କୁ ଜିଲ୍ଲାର ୬ଟି ସ୍ତାନରେ ଆଲର୍ଟ ରଖିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ବୃଦ୍ଧ ଓ ଗର୍ଭବତୀ ମହିଳା ମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂହ ।

Leave A Reply

Your email address will not be published.