ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବିଏସଏଫ କ୍ୟାମ୍ପରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ ଜଣ ଯବାନ ଆହତ ହୋଇଛନ୍ତି । ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ସମଗ୍ର କ୍ୟାମ୍ପ ଚାର୍ଜ ହୋଇ ଯାଇଥିଲା । ଫଳରେ ବିଦ୍ୟୁତ୍ ଆଘାତ ଲାଗି ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଥିଲା । ମୃତ ଯବାନ ହେଲେ ଇସାକ୍ ହରିଜନ । ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଜଟାବାଲରେ ବୋଲି ଜଣାପଡିଛି । ଆହତ ୨ ଜଣ ଯବାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ତାରାଗାଁ ଗ୍ରାମର ଟଙ୍କ ସୋରୀ ଏବଂ ଅନ୍ୟ ଜଣେ ହେଉଛନ୍ତି ପାପଡାହାଣ୍ଡି ହିର୍ଲି ଗ୍ରାମର ଈଶ୍ବର ମାଝୀ । ଆହତ ୨ ଯବାନଙ୍କୁ ଅଧିକ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
BREAKING NEWS
- Rubio meets Jaishankar: ଭାରତର ପ୍ରଶଂସାରେ ଆମେରିକା ବୈଦେଶିକ ମନ୍ତ୍ରୀ, କହିଲେ, ‘ବିଶୋଧନକାରୀ ମହାଶକ୍ତି’, ଜୟଶଙ୍କର-ରୁବିଓଙ୍କ ମଧ୍ୟରେ ହେଲା ବଡ ବୈଠକ!
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର

Comments are closed.