Latest Odisha News

କଲର୍ଭଟ ଭୁଶୁଡ଼ି ୫ ମୃତ ଘଟଣାରେ ମିଳିଲା କ୍ଷତିପୂରଣ, ଗିରଫ ଭୟରେ ଠିକାଦାର ଫେରାର୍

ରାୟଗଡ଼ା: କଲର୍ଭଟ୍ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ଷତିପୂରଣ ରାଶିକୁ ଆଜି ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ୱଧାଦେବ ସିଂ ଗାଁକୁ ଦେଇଛନ୍ତି । ୩ଟି ପରିବାରକୁ ୪ ଲକ୍ଷ ଲେଖାଏ ଚେକ୍ ଦେଇଛି ପ୍ରଶାସନ । ଅନ୍ୟପଟେ ଘଟଣା ପର ଠାରୁ ଗିରଫଦାରୀ ଭୟରେ ଠିକାଦାର ଫେରାର୍ ହୋଇ ଯାଇଛି ।

ଗତ ଜୁଲାଇ ୩୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ ଉପର ସାଜା ଗାଁରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା ନବ ନିର୍ମାଣ କଲର୍ଭଟଟି ଭୁଶୁଡ଼ି ପଡ଼ିଥିଲା । ଗାଧୋଇବା ବେଳେ ଏ ଅଘଟଣ ଘଚିଥିବାରୁ  ୪ ଶିଶୁଙ୍କ ସମେତ ଜଣେ ବୟସ୍କଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ୩ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିଲା ।

ଠିକାଦାର ବି.ଜ୍ୟୋତିଙ୍କ ନାମରେ କଲ୍ୟାଣସିଂହପୁର ଥାନାରେ ଏତଲା ଦେଇଥିଲେ ସ୍ଥାନୀୟ ସରପଞ୍ଚ ଚୈତନ ଟିଆକା । ଠିକାଦାର ଜଣଙ୍କ ଏବେ ଫେରାର୍ ରହିଥିବା ବେଳେ ତାଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ।

Comments are closed.