Latest Odisha News

BREAKING NEWS

ପ୍ରଶାସନର ଉଦ୍ୟମ ହେଲା ସଫଳ; ୨୫ ବର୍ଷ ପରେ ଗାଁକୁ ଫେରିଲେ ବିତାଡିତ ୫୦ ପରିବାର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଆସିକା ଥାନା ବାଲିଛାଇ ଗାଁରେ ୨୦୦୦ ମସିହାରେ ଗୋଷ୍ଠୀ ବିବାଦ ହୋଇଥିଲା । ବିବାଦ ଏତେ ମାତ୍ରାରେ ଉଗ୍ର ହୋଇଥିଲା ଯେ ଗାଁରୁ ୫୦ଟି ପରିବାରକୁ ବିତାଡିତ କରାଯାଇଥିଲା । ଏବେ ଏହି ଗୋଷ୍ଠୀ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ୨୫ ବର୍ଷ ପରେ ଭିଟାମାଟିକୁ ଫେରିଛନ୍ତି ୫୦ ପରିବାର ।

ଦୀର୍ଘ ବର୍ଷ ହେଲା ଗାଁରୁ ବିତାଡିତ ପରିବାରକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଉଦ୍ୟମ ଏବେ ସଫଳ ହୋଇଛି । ଆସିକା ଏସଡିପିଓ, ବି.ଡି.ଓ ଏବଂ ଆସିକା ଓ କୋଟିନଡା ଥାନା ଅଧିକାରୀ ବିତାଡିତ କିଛି ପରିବାରକୁ ଗାଁକୁ ନେଇ ସେମାନଙ୍କ ଜାଗା ଚିହ୍ନଟ କରୁଛନ୍ତି ।

୫୦ଟି ପରିବାରର ଘର ଦ୍ବାର ଏବେ ମଧ୍ୟରେ ମାଟିରେ ମିଶି ଯାଇଛି । ତେବେ ମାଟିରେ ମିଶି ଯାଇଥିବା ସ୍ଥାନରେ ଯେଉଁ ଘାସବୁଦା ହୋଇଥିଲା ତାହାକୁ ସଫା କରିଛି ପ୍ରଶାସନ। ଆଗକୁ ବିତାଡିତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରି ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି ।

ସୂଚନାଥାଉକି, ଦୀର୍ଘ ୨୫ ବର୍ଷ ମଧ୍ୟରେ ନିଜ ଭିଟା ମାଟିକୁ ଫେରିବା ପାଇଁ ବହୁ ସମୟରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ବାରସ୍ଥ ହୋଇ ବିଫଳ ହୋଇଥିଲେ । ଗତ ଫେବୃଆରୀ ମାସ ୨୦ ତାରିଖରେ ଗାଁର ଉଭୟ ପକ୍ଷ ଲୋକଙ୍କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସାମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ଫେବୃଆରୀ ୨୪ରେ ମଧ୍ୟ ପ୍ରଶାସନର ଉଦ୍ୟମ ବିଫଳ କରିଥିଲେ ଗ୍ରାମବାସୀ ।

Comments are closed.