Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ମହିଳା ଟିମ ଘୋଷଣା କରିଛି । ଭାରତ, ଅଷ୍ଟ୍ରେଲିଆ ସମେତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ ଗୋଟିଏ ଟିମ କ୍ୱାଲିଫାଇଙ୍ଗ ଟୁର୍ଣ୍ଣାମେଂଟ ମାଧ୍ୟମରେ ଚୟନ କରାଯିବ ।

ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ଟିମକୁ ସାମିଲ କରାଯାଇଛି । ଏହା ପୂର୍ବରୁ ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ସାମିଲ କରାଯାଇଥିଲା । ଆୟୋଜକ ଟିମ ଭାବେ ଇଂଲଣ୍ଡ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅନ୍ୟ ୬ଟି ଟିମ୍ ର‌୍ୟାଙ୍କିଙ୍ଗ ଅନୁସାରେ ଚୟନ କରାଯାଇଛି ।

Leave A Reply

Your email address will not be published.