Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ୪୩ଜଣଙ୍କ ନାମରେ ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରେ ୪୩ ଜଣଙ୍କ ନାମରେ ଅପରାଧ ମାମଲା ରହିଛି ବୋଲି ଏସୋସିଏଶନ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ରେ ରିପୋର୍ଟ ପ୍ରକାଶ ପାଇଛି । ୩୭ ଜଣଙ୍କ ବିରୋଧରେ ବଳାତ୍କାର, ହତ୍ୟା ଉଦ୍ୟମ, ମହିଳାଙ୍କ ପ୍ରତି ଅତ୍ୟାଚାର ପରି ଗୁରୁତ୍ୱପୂର୍ଣ୍ଣ ମାମଲା ରହିଛି ।

୨୦୧୫ରେ ୨୪ଜଣଙ୍କ ନାମରେ ମାମଲା ରହିଥିଲା । ଆମ ଆଦମୀ ପାର୍ଟିର ୬୨ରୁ ୩୮ ଏବଂ ବିଜେପିର ୮ରୁ ୬ଜଣଙ୍କ ନାମରେ ମାମଲା ରହିଛି । ସେହିପରି ୭୦ ବିଧାୟକଙ୍କ ମଧ୍ୟରେ ୫୨ଜଣ କୋଟିପତି । ଆପର ଧର୍ମପାଲ ଲାକଡା (୨୯୨ କୋଟି) ସବୁଠାରୁ ଧନୀ ବିଧାୟକ ।

Leave A Reply

Your email address will not be published.