Latest Odisha News

BREAKING NEWS

୧୧ କିଲୋମିଟର ଗାଡି ଚଳାଇବା ପରେ ହେଲମେଟରେ ସାପ ଥିବା ଜଣାପଡିଲା

କାନାଦାନ: କେରଳରେ ଜଣେ ଶିକ୍ଷକ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଛନ୍ତି । ରିପୋର୍ଟ ମୁତାବକ ସଂସ୍କୃତ ଶିକ୍ଷକ କେଏ ରଞ୍ଜିତ ଘରୁ ହେଲମେଟ ପିନ୍ଧୁ ୧୧ କିଲୋମିଟର ଦୂରରେ ଥିବା ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ସ୍କୁଲରେ ପହଚିଂବା ପରେ ସେ ହେଲେମେଟ କାଢ଼ିବା ମାତ୍ରେ ଭୟଭୀତ ହୋଇ ପଡିଥିଲେ । ଏକ ବିଷାକ୍ତ ସାପ ହେଲମେଟ ଭିତରେ ଥିଲା ।

ପାଖରେ ଉପସ୍ଥିତ ଅନ୍ୟମାନେ ସାପଟିକୁ ମାରି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏତେ ବାଟ ବାଇକରେ ଆସିବା ସତ୍ୱେ ସେ ସାପ ଥିବା କଥା ଜାଣିପାରି ନ ଥିଲେ । ରଞ୍ଜିତଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ସାପ କାମୁଡି ନ ଥିବା ସ୍ପଷ୍ଟ ହୋଇଥିଲା ।

Leave A Reply

Your email address will not be published.