Latest Odisha News

BREAKING NEWS

ଆତଙ୍କୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲା: ହାଫିଜ୍ ସୟିଦକୁ ୫ବର୍ଷ ଜେଲଦଣ୍ଡ

ଇସଲାମାବାଦ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦକୁ ପାକିସ୍ତାନ କୋର୍ଟ ଜେଲଦଣ୍ଡ ଶୁଣାଇଛି । ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ମାମଲାରେ ହାଫିଜ ସୟିଦକୁ ୫ବର୍ଷ ୩ ମାସର ଦଣ୍ଡାଦେଶ ଦେଇଛି ।

ଜମାଦ- ଉଦ-ଦାୱା ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ହାଫିଜ୍ ସୟିଦ ବିରୁଦ୍ଧରେ ଆତଙ୍କବାଦୀ ସଙ୍ଗଠନକୁ ଅର୍ଥ ଯୋଗାଣ ସହିତ ଜଡିତ ଦୁଇଟି ମାମଲାରେ ଫଇସଲା ସୁରକ୍ଷିତ ରଖାଯାଇଥିଲା । ଏହି ମାମଲା ଲାହୋରର ଆତଙ୍କବାଦ ବିରୋଧୀ ବିଭାଗ(ସିଟିଡି) ଓ ଗୁଜରାଂବାଲା ଶାଖା ପକ୍ଷରୁ ଦାଖଲ କରାଯାଇଥିଲା । ଗତବର୍ଷ ଜୁଲାଇ ମାସରେ ଜେୟୁଡି ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜକୁ ସିଟିଡି ଗିରଫ କରିଥିଲା ।

Leave A Reply

Your email address will not be published.