ଯେଉଁ ଭିଡିଓ ଦରଜା ବନ୍ଦ କରି ଦେଖିଥାଉ, ଏହା କେମିତି ମିଳେ ଫ୍ରିରେ ? ଏହାର ଇତିହାସ କ’ଣ ? ଆସନ୍ତୁ ଜାଣିବା ପୂରା କାହାଣୀ
ଭୁବନେଶ୍ୱର: ଅର୍ଥଶାସ୍ତ୍ରରେ ଗୋଟିଏ କଥା ଅଛି ‘Thear is no free lunch’। ଅର୍ଥାତ ଜୀବନରେ କିଛି ମାଗଣାରେ ମିଳେ ନାହିଁ। ଆଉ ଯଦି ଜୀବନରେ କିଛି ମାଗଣାରେ ମିଳୁଛି ତେବେ ବୁଝିଯାଆନ୍ତୁ ଯେ କିଛି ତ ଗଡ଼ବଡ଼ ଅଛି। ଆଜି ଆମେ ଏମିତି ଏକ ବିଷୟରେ ଆଲୋଚନା କରିବୁ ଯାହା ଫ୍ରିରେ ମିଳିଥାଏ, ଆଉ ଖବୁ ଅଧିକ ମିଳିଥାଏ। ଏହା ଏମିତି ଏକ ଜିନିଷ, ଯାହାକୁ ନେଇେ ଜଣେ କବି ଲେଖିଥିଲେ ଯେ …
କିଶୋରର ଋତୁରେ
ଏକଲା ଥିବା ଅବସ୍ଥାରେ
ମୁଁ ଦରଜା ବନ୍ଦ କରି ଆସିଛି
ଫୋନର ଇନକୋଗ୍ରିଟୋ ବ୍ରାଉଜର ବି ଖୋଲି ଯାଇଛି
ଏବେ ଏକଲା ଅଛି ତ ଦେଖିବାକୁ ଦିଅ
ଇଣ୍ଟରନେଟ ଅନ୍ କରି ଏ ନୀଳ ସମୁଦ୍ର ପିଇବାକୁ ଦିଅ
ଏ ଏମିତି ଏକ ଜିନଷ ଯାହାକୁ ନୀଳ ବୋଲି କୁହାଯାଏ। ଯାହାକୁ ଦେଖିବାକୁ ଅନେକ ଲୋକ କେତେ ରାତି କଳା କରିଛନ୍ତି। ଏହାକୁ କୁହାଯାଏ ତ ଆଡଲ୍ଟ କଣ୍ଟେଟ, ହେଲେ ଏହାକୁ ଦେଖିଥାନ୍ତି ସବୁ ବୟସର ଲୋକ, ସବୁ ବର୍ଗର ଲୋକ। ଏହି ଆଡଲ୍ଟ କଣ୍ଟେଟ ଇଣ୍ଟରନେଟରେ ଫ୍ରିରେ ଉପଲବ୍ଧ ରହିଛି। ବାଶ୍ ଆମେ କିଛି ବଟମ୍ ଦବାଇ ଥାଉ, ଆଉ ଏହି କଣ୍ଟେଟ ଆଖି ସାମ୍ନାରେ ଅଥଳ ସମୁଦ୍ର ପରି ଢେଉ ମାରିଥାଏ। ଆପଣ ଏବେ ଭାବୁଥିବେ ଯେ ଜୀବନରେ ଯଦି କିଛି ଫ୍ରିରେ ମିଳି ନଥାଏ ତେବେ ଇଣ୍ଟରନେଟରେ ଏତେ ସାରା ପର୍ଣ୍ଣ କେମିତି ଫ୍ରିରେ ମିଳିଯାଉଛି। ଆପଣଙ୍କ ମନରେ ଉତ୍ସୁକତା ବଢୁଥିବ ଯେ ଏ ଇଣ୍ଟରନେଟ ୱେବସାଇଟ ଏତେ ଆଡଲ୍ଟ କଣ୍ଟେଟ କେମିତି ଫ୍ରିରେ ଦେଉଛି, ଏହା ବଦଳରେ କିଛି ତ ଆମ ପାଖରୁ ନେଉଥିବ ? ଯଦି କିଛି ନେଉଛି ତେବେ ଏହା କ’ଣ ? ଯଦି କିଛି ନେଉନି ତେବେ ଏମାନେ କେମିତି ଟଙ୍କା ରୋଜଗାର କରୁଛନ୍ତି ? ଆମେ ଏ ସବୁ ପ୍ରଶ୍ନର ଉତ୍ତର ଦେବୁ ଆଉ କହିବୁ କେମିତି ହେଲା ବିଲିୟନ ଡଲରର ଏହି ଇଣ୍ଡଷ୍ଟ୍ରି। କେତେ ଟଙ୍କା ରୋଜଗାର କରିଥାନ୍ତି ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକ।
ବର୍ଷ ଥିଲା 1953, ସ୍ଥାନ ଥିଲା ଆମେରିକା। ଏଠାରେ ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ନାଁ ହ୍ୟୁ ହେଫନର। ସେ କୌଣସି ପ୍ରକାରେ 8 ହଜାର ଡଲର ଏକାଠି କରିଥିଲେ, ଆଉ ନିଜର କିଚେନ ରୁମର ଟେବୁଲରେ ପ୍ରସ୍ତୁତ କରିଥିଲେ ଏକ ମ୍ୟାଗାଜିନ। ଏହି ମ୍ୟାଗାଜିନର କଭର ପେଜରେ ରହିଥିଲା ସେତେବେଳର ଚର୍ଚ୍ଚିତ ଅଭିନେତ୍ରୀ ମରଲିନ୍ ମୁର୍ନଙ୍କ ଫଟୋ। ଏହାସହ ମ୍ୟାଗାଜିନର ପ୍ରଥମ ପେଜରେ ମରନିଲଙ୍କ ନୂଆ ନୂଆ ଫଟୋର କଲେକସନ। ଏହି ମରଲିନ୍ ମୁର୍ନ, ଯାହାଙ୍କୁ ହଲିଉଡର ମଧୁବାଲା କୁହାଯାଉଥିଲା, ଏହି ମରଲିନ୍ ମୁର୍ନ ଯାହାଙ୍କ ପ୍ରେମରେ ଆମେରିକାର ରାଷ୍ଟ୍ରପତି ମଧ୍ୟ ଗିରଫ ହୋଇଛନ୍ତି। ହେଲେ ଏବେ ଆମେ ଚର୍ଚ୍ଚା କରିବା ହଫେନଙ୍କ ମ୍ୟାଗାଜିନକୁ ନେଇ, ଯାହାକୁ ସେ ତାଙ୍କ କିଚେନ ରୁମର ଟେବୁଲରେ ପ୍ରସ୍ତୁତ କରିଥିଲେ। ଯାହା ଦୁନିଆକୁ ଏକ ନୂଆ ବ୍ୟବସାୟ ଶିଖାଇଥିଲା। ବ୍ୟବସାୟ ଥିଲା କାମନାକୁ ବିକ୍ରି କରିବା।
ମ୍ୟାଗାଜିନର ନାଁ ଥିଲା ପ୍ଲେ ବୟ ‘PLAY BOY’। ଏହି ମ୍ୟାଗାଜିନ ରିଲିଜ ହେବା ପରେ ଏହା ଖୁବ ହିଟ୍ ହୋଇଥିଲା। ମ୍ୟାଗାଜିନ ଛପା ହେଉ ହେଉ 50 ହଜାର କପି ବିକ୍ରି ହୋଇଯାଇଥିଲା। ପ୍ଲେ ବୟର ସଫଳତା ପରେ ଅନେକଙ୍କୁ ଅନୁଭବ ହୋଇଥିଲା ଯେ ଏହି ବ୍ୟବସାୟରେ ଅନେକ ଟଙ୍କା ରୋଜଗାର କରିହେବ। ପୁଣି 1980 ଦଶକ ଆସୁ ଆସୁ ଟେକ୍ନୋଲଜି ଢେର ଆଗକୁ ଯାଇଥିଲା। ଫଳରେ ଏହି ଆଡଲ୍ଟ କଣ୍ଟେଟ ଭିଡିଓ ଓ ଫିଲ୍ମ ଦୁନିଆରେ ପ୍ରବେଶ କରିଯାଇଥିଲା। ପୁଣି ଆସିଲା ଭିଡିଓ କେସେଟର ଯୁଗ। ଯେଉଁଥିରେ ବିବାହର ଭିଡିଓ ସୁଟ୍ ହୋଇ ଘରକୁ ଆସୁଥିଲା। ସେହି କେସେଟରେ ପର୍ଣ୍ଣ ଭିଡିଓ ମାର୍କେଟରେ ବିକ୍ରି ହେବାକୁ ଲାଗିଲା। ଏହାପରେ 1990 ଦଶକ ବେଳକୁ ଟେକ୍ନୋଲଜିର ନୂଆ ଯୁଗ ଆରମ୍ଭ ହୋଇଥିଲା, ଆସିଥିଲା ଇଣ୍ଟରନେଟର ଦୁନିଆ।
WWW ଆସୁ ଆସୁ ଟ୍ରିପୁଲ ଏକ୍ସ ପୂରା ଦୁନିଆକୁ ଅଲଗା ରଙ୍ଗ ଦେଇଥିଲା। ଇଣ୍ଟରନେଟ ଆସିବା ପୂର୍ବରୁ ଏହି ଇଣ୍ଡଷ୍ଟ୍ରି ଅନ୍ୟ ଇଣ୍ଡଷ୍ଟ୍ରି ଭଳି କାମ କରୁଥିଲା। ମ୍ୟାଗାଜିନ ଓ ଡିଭିଡି କେସେଟର ବିକ୍ରୟ ଉପରେ ଇଣ୍ଡଷ୍ଟ୍ରି ନିର୍ଭର କରୁଥିଲା। ଏଥିପାଇଁ ପୂର୍ବରୁ ଆଡଲ୍ଟ କଣ୍ଟେଟ ଖୁବ କମ ଉପଲବ୍ଧ ହେଉଥିଲା। ହେଲେ ଇଣ୍ଟରନେଟ ଆସିବା ପରେ ଏହା ସହଜରେ ଉପଲବ୍ଧ ହୋଇଗଲା। 2000 ମସିହା ଯାଏ ପ୍ରାୟତଃ ଏହି ପର୍ଣ୍ଣ ଭିଡିଓ ସବସ୍କ୍ରିପସନରେ ମିଳୁଥିଲା। ଅର୍ଥାତ ଆପଣ କୌଣସି ପର୍ଣ୍ଣ ଭିଡିଓ ଦେଖିବାକୁ ଚାହୁଁଥିଲେ ପ୍ରଥମେ କିଛି ଟଙ୍କା ଦେବାକୁ ପଡ଼ୁଥିଲା, ଏହାପରେ ଏହି ଭିଡିଓକୁ ଦେଖି ହେଉଥିଲା।
2000 ମସିହା ପରେ ପରେ ଏହି ପର୍ଣ୍ଣ ଭିଡିଓ ଫ୍ରିରେ ମିଳିବା ଆରମ୍ଭ ହେଲା। ତେବେ ଏହା କେମିତି ଫ୍ରିରେ ଉପଲବ୍ଧ ହୋଇପାରିଲା। ଏହାକୁ ବୁଝିବା ପୂର୍ବରୁ ଆମକୁ ପ୍ରଥମେ ଟ୍ୟୁବ ସାଇଟ ବିଷୟରେ ଜାଣିବାକୁ ପଡ଼ିବ। କାରଣ ଏହି ଟ୍ୟୁବ ସାଇଟରେ ଆଡଲ୍ଟ କଣ୍ଟେଟ ଫ୍ରିରେ ଉପଲବ୍ଧ ରହିଛି। 2005 ମସିହାରେ ଇଣ୍ଟରନେଟ ଦୁନିଆରେ ଏକ ବଡ଼ କ୍ରାନ୍ତି ଆସିଥିଲା। ଏହି ବର୍ଷ ପ୍ରଥମ ଥର ପାଇଁ ଆସିଥିଲା ୟୁଟ୍ୟୁବ ଏହାସହ ଟ୍ୟୁବ ସାଇଟ ମଧ୍ୟ ଇଣ୍ଟରନେଟରେ ଖବୁ ଆଦ୍ରୁତ ଲାଭ କରିଥିଲା। ଏହି ସାଇଟରେ କୌଣସି ବି ୟୁଜର ନିଜର ଭିଡିଓ ଆପଲୋଡ କରିପାରୁଥିଲେ ଏବଂ ଇଣ୍ଟରନେଟରେ ସେୟାର କରିପାରୁଥିଲେ। ୟୁଟ୍ୟୁବକୁ ନକଲ କରି ଅନେକ ସଂଖ୍ୟାରେ ବିଭିନ୍ନ ଟ୍ୟୁବ ସାଇଟ ଖୋଲିଥିଲା। ଏହି ସାଇଟରେ ଦିନକୁ ହଜାର ହଜାର ପର୍ଣ୍ଣ କଣ୍ଟେଟ ଆପଲୋଡ ହେବାକୁ ଲାଗିଲା। ଆଉ ଫ୍ରିରେ ଏବଂ ସହରେ ଇଣ୍ଟରନେଟ ମିଳିଯାଉଥିଲା ବିଭିନ୍ନ ପର୍ଣ୍ଣ ଭିଡିଓ। ଫଳରେ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ଖବୁ କ୍ଷତି ସହିବାକୁ ପଡ଼ିଥିଲା। ପୂର୍ବରୁ ଏପରି କଣ୍ଟେଟ ପାଇବାକୁ ହେଲେ ସବସ୍କ୍ରିପସନ ନେବାକୁ ପଡ଼଼ୁଥିଲା ହେଲେ ଟ୍ୟୁବ ସାଇଟ ଆସିବା ଫଳରେ ତାହା ଫ୍ରିରେ ଡାଉନଲୋଡ କରି ଲୋକେ ଦେଖିବାକୁ ଲାଗିଲେ। ଏହା ଦ୍ୱାରା ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ପ୍ରାୟ 17 ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା।
ପର୍ଣ୍ଣ ଇଣ୍ଡଷ୍ଟ୍ରି ଏତେ କ୍ଷତି ସହିବା ପରେ, ଏହି ଟ୍ୟୁବ ସାଇଟ ହିଁ ଫ୍ରିରେ କଣ୍ଟେଟ କେମିତି ଦେଇ ହେବ, ଆଉ ଏଥିରୁ ଟଙ୍କା ରୋଜଗାର କରିହେବ ଏହାର ଉପାୟ କାଢ଼ିଲା। ସେହି ଉପାୟରେ ଯେମିତି ମିଡିଆ ଇଣ୍ଡଷ୍ଟ୍ରି ଟଙ୍କା ରୋଜଗାର କରିଥାନ୍ତି। ଅର୍ଥାତ ବିଜ୍ଞାପନ, ଫ୍ରିରେ ଆଡଲ୍ଟ କଣ୍ଟେଟ ଦେଇ ବିଜ୍ଞାପନ ମାଧ୍ୟରେ କେମିତି ଟଙ୍କା ରୋଜଗାର କରିହେବ। ଏହାସହ ଆଉ ଏକ ପର୍ଣ୍ଣ ସାଇଟ ଜନ୍ମ ନେଲା, ତାହା ହେଲା ‘ମାଇଣ୍ଟ ଗିକ୍’। ଯାହା ପର୍ଣ୍ଣ ଇଣ୍ଡଷ୍ଚ୍ରିର ୟୁଟ୍ୟୁବ ବୋଲି କୁହାଯାଏ। ମାଇଣ୍ଟ ଗିକ୍ ଦର୍ଶକଙ୍କୁ ଦୁଇ ଭଗରେ ବିଭକ୍ତ କଲା। ଯେଉଁମାନେ ଫ୍ରିରେ ଏପରି କଣ୍ଟେଟ ଦେଖିବାକୁ ଚାହିଁଲେ, ସେମାନଙ୍କୁ ବିଭିନ୍ନ ବିଜ୍ଞାପନ ପ୍ରଥମେ ଦେଖିବା ପଡ଼ିଲା, ଆଉ ଯେଉଁମାନେ ସବସ୍କିପସନ୍ ନେଲେ ସେମାନଙ୍କୁ କୌଣସି ବିଜ୍ଞାପନ ଆସିଲା ନାହିଁ।
ଏବେ ଆସନ୍ତୁ ଜାଣିବା ପର୍ଣ୍ଣ ଇଣ୍ଡଷ୍ଟ୍ରି କାମ କରୁଥିବା ଲୋକଙ୍କ ରୋଜଗାର କେତେ। ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କାମକରୁଥିବା ଲୋକଙ୍କୁ ଭିଡିଓ ହିସାବରେ ଟଙ୍କା ମିଳିନଥାଏ, ବିଭିନ୍ନ ସିନ୍ ହିସାବରେ ଟଙ୍କା ମିଳିଥାଏ। ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ ଜଣେ ପର୍ଣ୍ଣ ଷ୍ଟାର ବର୍ଷକୁ ତିନି କୋଟି ଟଙ୍କା ରୋଜଗାର କରିଥାନ୍ତି। ଟପ୍ ପର୍ଣ୍ଣ ଆର୍ଟିଷ୍ଟ ଯେଉଁମାନେ ରହିଥାନ୍ତି ସେମାନଙ୍କୁ ଗୋଟିଏ ସିନରେ ତିନି ଲକ୍ଷ ଟଙ୍କା ପର୍ଯ୍ୟୟନ୍ତ ଦିଆଯାଇଥାଏ।
Comments are closed.