Latest Odisha News

କୋଟାରେ ଜୀବନ ହାରିଲେ ଏମବିବିଏସ ଛାତ୍ର

କୋଟା: କୋଟା ମେଡିକାଲ କଲେଜର ଜଣେ ଏମବିବିଏସ ଛାତ୍ର ତାଙ୍କ ହଷ୍ଟେଲ ରୁମରେ ଜୀବନ ହାରି ଦେଇଛନ୍ତି। ପୋଲିସ ଛାତ୍ରଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ ମଧ୍ଯ ପାଇଛି।

ଯେଉଁଥିରେ ସେ ତାଙ୍କ ପିତାମାତାଙ୍କ ସ୍ୱପ୍ନ ପୂରଣ କରିପାରିବେ ନାହିଁ। ସେଥିପାଇଁ ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହ ଆତ୍ମହତ୍ଯା କରୁଛନ୍ତି।

ଏହି ଘଟଣାଟି ବୁଧବାର ରାତି ୧୦ଟାରେ ଘଟିଥିଲା ବେଳେ ମୃତକଙ୍କ ନାମ ସୁନୀଲ ବୈରୱା (୨୮) ବୋଲି ଜଣାପଡିଛି। ସୂଚନା ପାଇବା ପରେ ପରିବାର ଲୋକ କୋଟାରେ ପହଞ୍ଚିଥିଲା ବେଳେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ୍ କରାଯାଇଥିଲା।

ପରିବାର ସଦସ୍ୟଙ୍କ କହିବାନୁସାରେ ତାଙ୍କୁ ପରୀକ୍ଷାରେ ବସିବାକୁ ଦିଆଯାଇନଥିଲା। ଯାହାଫଳରେ ସେ ଚିନ୍ତାରେ ରହୁଥିଲା। ତେବେ ଏନେଇ ଅଭିଯୋଗ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଏଏସଆଇ କହିଛନ୍ତି।

Comments are closed.