Latest Odisha News

BREAKING NEWS

ବାହା ହୋଇପାରିବେନି ୨୧ ବର୍ଷରୁ କମ୍ ବୟସ୍କ ଯୁବକ; କିନ୍ତୁ ଲିଭ୍‌-ଇନ୍‌ରେ ରହିପାରିବେ

ନୂଆଦିଲ୍ଲୀ: ଗତ ସପ୍ତାହରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ୨୧ ବର୍ଷରୁ କମ୍ ବୟସ୍କ ଯୁବକ ବିବାହ କରିପାରିବେ ନାହିଁ, କିନ୍ତୁ ସେ ତାଙ୍କ ଇଚ୍ଛା ଅନୁଯାୟୀ ୧୮ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କା ମହିଳାଙ୍କ ସହମତିରେ ତାଙ୍କ ସହ ରହିପାରିବେ। ହାଇକୋର୍ଟର ଏହି ପର୍ଯ୍ୟବେକ୍ଷଣ ସୁପ୍ରିମକୋର୍ଟଙ୍କ ମେ ୨୦୧୮ର ନିଷ୍ପତ୍ତି ସହିତ ଜଡିତ, ଯେଉଁଥିରେ କୁହାଯାଇଛି ଯେ କୌଣସି ବୟସ୍କ ଦମ୍ପତି ବିବାହ ନକରିୁ ମହିଳାଙ୍କ ସହମତିରେ ଏକାଠି ରହିପାରିବେ।

BjdElectrycity

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଏକ ଲିଭ-ଇନ୍‌ରେ ରହୁଥିବା ଦମ୍ପତିଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ହାଇକୋର୍ଟ ଏହି ନିରୀକ୍ଷଣ କରିଛନ୍ତି। ଉଭୟଙ୍କର ବୟସ ୧୮ ବର୍ଷରୁ ଅଧିକ କିନ୍ତୁ ହିନ୍ଦୁ ବିବାହ ନିୟମ ଅନୁଯାୟୀ, ଜଣେ ପୁଅ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ବିବାହ କରିପାରିବ ନାହିଁ। ଏହି କାରଣରୁ ଏହି ଦମ୍ପତି ସୁରକ୍ଷା ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ।

ସେ କହିଛନ୍ତି ଯେ ସେମାନଙ୍କର ଲିଭ-ଇନ୍ ସମ୍ପର୍କ ହେତୁ ସେମାନେ ନିଜ ପରିବାର ପ୍ରତି ବିପଦ ପ୍ରତି ସମ୍ମୁଖୀନ ହେଉଛନ୍ତି। ଏହି ଦମ୍ପତିଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେମାନେ ଭୟ କରୁଛନ୍ତି ଯେ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କୁ ହତ୍ୟା କରିବେ।

ଏହି ମାମଲାର ଶୁଣାଣି କରି ହାଇକୋର୍ଟର ଜଷ୍ଟିସ ହର୍ଣ୍ଣରେଶ ସିଂ ଗିଲ କହିଛନ୍ତି ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ତଥା ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ବ। ସେ କହିଛନ୍ତି ଯେ ଭାରତର ସମ୍ବିଧାନ ଆବେଦନକାରୀଙ୍କୁ ଭାରତର ନାଗରିକ ହେତୁ ମୌଳିକ ଅଧିକାରରୁ ବଞ୍ଚିତ କରିପାରିବ ନାହିଁ।

Leave A Reply

Your email address will not be published.