Latest Odisha News

BREAKING NEWS

ବ୍ରହ୍ମପୁରରେ ଠାବ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା

ବ୍ରହ୍ମପୁର: ପ୍ରଥମେ କଟକ, ପରେ ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ , ଆଉ ଏବ ଗଞ୍ଜାମ ଜିଲ୍ଲାରୁ ଠାବ ହୋଇଛି ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା ।

ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ । ଏନେଇ ପୋଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାସ୍ଥଳରୁ ଅନେକ ନକଲି ସାମଗ୍ରୀ ମଧ୍ୟ ଜବତ କରିଛି ।

ସୂଚନାଅନୁଯାୟୀ, ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଏବଂ ଲଙ୍କା ଗୁଣ୍ଡ କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ବଡ଼ବଜାର ଥାନା ପାଣ୍ଡବନଗର ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରାଯାଇଥିଲା। ଏହି ଚଢାଉରେ ପୋଲିସ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଥିବା କହିଛି ।

ଅନ୍ୟପଟେ ଦୀର୍ଘଦିନ ହେବ ଏହି ସ୍ଥାନରେ ନକଲି କାରଖାନା ଚାଲୁଥିବା ନେଇ ଗୋସାଣିନୂଆଗାଁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।

Comments are closed.