ନୂଆଦିଲ୍ଲୀ : ଏଣିକି ଶ୍ରୁତଙ୍କୁ ଜବାବ ଦେବ ଭାରତ । କାରଣ, ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ସଫଳତାର ସହ ପରୀକ୍ଷଣ ହୋଇଛି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର । ପରୀକ୍ଷଣ ସଫଳ ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ ବା ଡିଆରଡିଓ । ଆଇଏନଏସ ବିଶାଖାପାଟନମରୁ ଏହାକୁ ଉତକ୍ଷେପଣ କରାଯାଇଥିବା ବେଳେ, ଟାର୍ଗେଟକୁ ଏହା ସଫଳତାର ସହ ଲକ୍ଷ୍ୟଭେଦ କରିଥିଲା ।
ଭାରତୀୟ ନୌସେନାରେ ସାମିଲ ହୋଇଥିବା ଅତ୍ୟାଧୁନିକ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟନମରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଥିଲା । ସମୁଦ୍ରରୁ ସମୁଦ୍ରକୁ ଲକ୍ଷ୍ୟଭେଦ କରୁଥିବା ଏହି କ୍ଷେପଣାସ୍ତ୍ରର ସର୍ବାଧିକ ରେଞ୍ଜ ବିଶିଷ୍ଟ ଭାରିଆଣ୍ଟକୁ ଆଜି ପରୀକ୍ଷଣ ହୋଇଛି । ବ୍ରହ୍ମୋସର ସଫଳ ପରୀକ୍ଷଣକୁ ନେଇ ଡିଆରଡିଓ ଓ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ବ୍ରହ୍ମୋସ ହେଉଛି ଭାରତୀୟ ନୌସେନାର ଏକ ପ୍ରମୁଖ ଅସ୍ତ୍ର ପ୍ରଣାଳୀ ଏବଂ ଏହାର ପ୍ରାୟ ସମସ୍ତ ପ୍ଲାଟଫର୍ମରେ ମଧ୍ୟ ନିୟୋଜିତ ହୋଇ ସାରିଛି । ସେହିପରି ଏହାର ଅଣ୍ଡର-ୱାଟର ଭର୍ସନ ମଧ୍ୟ ବିକଶିତ ହେବାରେ ଲାଗିଛି । ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଭାରତ ଏବଂ ଋଷର ମିଳିତ ଉଦ୍ୟମରେ ନିର୍ମାଣ ହୋଇଛି ।
Comments are closed.