Latest Odisha News

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଯାଜପୁର ଜିଲ୍ଲା ଗସ୍ତ

ଯାଜପୁର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା କାର୍ଯ୍ୟକାରୀ ସଭାପତି ଡକ୍ଟର ବିଜୟ କୁମାର ସାହୁ ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିଥିଲେ । ଯାଜପୁର ଜିଲ୍ଲାରେ ନିର୍ମାଣଧୀନ ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ସେ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ଯାଜପୁର ଜିଲ୍ଲା ବଡ଼ଚଣାର ଦର୍ପଣ ଆଦର୍ଶ ବିଦ୍ୟାଳୟ, ଧର୍ମଶାଳାର ଦେଉଳିପାଳ ଆଦର୍ଶ ବିଦ୍ୟାଳୟ, ଦଶରଥପୁରର ମଲ୍ଲିକପୁର ଏବଂ ଯାଜପୁର ଜାମଧର ଆଦର୍ଶ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ ।

କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଅନଲାଇନ୍ କ୍ଳାସ ଓ ପରୀକ୍ଷା ସମ୍ବନ୍ଧରେ ଡକ୍ଟର ସାହୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନେ କିପରି ଭାବେ ପରୀକ୍ଷାରେ ଭଲ ମାର୍କ ରଖିପାରିବେ ସେ ନେଇ ଆଲୋଚନା କରିଥିଲେ । ଏହା ସହ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କୋଭିଡର ସମସ୍ତ ନିୟମାବଳୀ ଉପରେ ସତେଚନ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଏହା ପରେ ସର୍କିଟ୍ ହାଉସ୍ରେ ଡଃ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସହିତ ଓଏଭିଏସ୍ର ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଡିଇଓ, ବିଇଓ, ଆର ଏଣ୍ଡ ବି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଜପୁର ଜିଲ୍ଲାର ୨ଟି ନିର୍ମାଣଧୀନ ଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.