Latest Odisha News

BREAKING NEWS

ମାଡିଗଲା ଟ୍ରକ; ଚାଲିଗଲା ଭିକ୍ଷାବୃତ୍ତି କରୁଥିବା ମହିଳାଙ୍କ ଜୀବନ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ବରୁଣ୍ଡେଇ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ । ମୃତା ମହିଳା ଜଣଙ୍କ ସ୍ଥାନୀୟ ପୂର୍ବକୋର୍ଟ ଗାଁର ଗୌରୀ ଆଉଲା ବୋଲି ଜଣାପଡିଛି । ସୂଚନା ମୁତାବକ ଗୌରୀ ପ୍ରତେକଦିନ ବରୁଣ୍ଡେଇ ବଜାରକୁ ଭିକ୍ଷାବୃତ୍ତି କରିବାକୁ ଆସିଥାନ୍ତି।

ତେବେ ସବୁଦିନ ପରି ଆଜି ମଧ୍ୟ ଭିକ୍ଷାବୃତ୍ତି କରିବାକୁ ଆସିଥିଲେ। ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାରି ହେଉଥିବା ସମୟରେ ମୁକୁନ୍ଦପୁର ପଟୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଗୌରୀଙ୍କ ଉପରେ ମାଡି ଯାଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର କୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରାକ୍ଟର କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.