Latest Odisha News

BREAKING NEWS

ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନରେ ଶ୍ରୋତା ବିମୋହିତ

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ସୀତାର ବାଦନର ମୁର୍ଛନାରେ ରାଜାରାଣୀ ମନ୍ଦିର ପରିସର ମୁଖରିତ ହୋଇଥିଲା।

ବିଖ୍ୟାତ ଗାୟକ ତଥା ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରାମହରି ଦାସ ଓ ସାଥିଙ୍କ ଦ୍ଵାରା ଓଡିଶୀ ସଙ୍ଗୀତ ପରିବେଷଣ କରାଯାଇଥିଲା। ରାଗ ମୁଖାରୀ , ଝିଞ୍ଜୋଟି, ଶଙ୍କରାଭରଣ, ମାଳିକା ଇତ୍ୟାଦିରେ ସୁନ୍ଦର ଓ ନିଖୁଣ ସାବଲୀଳ ପରିବେଷଣ ଦ୍ୱାରା ଶ୍ରୋତା ମାନେ ମନ୍ତ୍ରମୁଗ୍ଧ ହୋଇଥିଲେ।

ଦ୍ଵିତୀୟ କାର୍ଯ୍ୟକ୍ରମରେ ବିଖ୍ୟାତ ସୀତାର ବାଦକ ପଣ୍ଡିତ ପୁରବାୟାନ ଚାଟାର୍ଜୀ ସୀତାର ବାଦନ ପରିବେଷଣ କରିଥିଲେ। ରାଗ ପୁରୀଆ କଲ୍ୟାଣ ସହିତ ସେ ଶ୍ରୋତା ମାନଙ୍କୁ ବିମୋହିତ କରିଥିଲେ।

ଦ୍ଵିତୀୟ ସନ୍ଧ୍ୟାରେ ଅତିଥି ମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ. ସଙ୍ଗୀତା ଗୋସାଇଁ ଓ ଅନୁଜା ତାରିଣୀ ମିଶ୍ର। ପର୍ଯ୍ୟଟନ ବିଭାଗର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.