Latest Odisha News

BREAKING NEWS

ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତା ପଶିଲା, ଏସଓପି ପାଇଁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଉଚ୍ଚସ୍ତରୀୟ ଅଧିକାରୀ ନିଯୁକ୍ତ ହେବେ, ନିୟମିତ ବ୍ୟବଧାନରେ ମକ୍ ଡ୍ରିଲ ଏବଂ ସୁରକ୍ଷା ଯାଞ୍ଚ ହେବ

ଭୁବନେଶ୍ୱର: ଦେଓଘର ରୋପୱେ ଦୁର୍ଘଟଣା ପରେ ଚେତି ଗଲେ କେନ୍ଦ୍ର ସରକାର । ଗୃହ ସଚିବ ଏନେଇ ସମସ୍ତ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ଚିଠି ଲେଖି ଚିନ୍ତା ଜତାଇଛନ୍ତି । ରାଜ୍ୟରେ ଥିବା ବିଭିନ୍ନ ରୋପୱେ ଗୁଡ଼ିକର ତୁରନ୍ତ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରୋପୱେରେ ଚଳାଚଳ ଓ ପରିଚାଳନା ବିଆଇଏସ ଷ୍ଟାଣ୍ଡାର୍ଡର ଆବଶ୍ୟକ । ଯାହା ରାଜ୍ୟ ସରକାର ସୁନିଶ୍ଚିତ କରିବେ । ଏ ସମ୍ବନ୍ଧୀୟ ବିସ୍ତୃତ ଗାଇଡଲାଇନ ଜାତୀୟ ରାଜପଥ ଓ ଭିତ୍ତିଭୂମି ଠାରୁ ସଂଗ୍ରହ କରିବେ । ରୋପୱେର ସୁରକ୍ଷା ଯାଞ୍ଚ କରିବା ପାଇଁ ଏକ ଅଭିଜ୍ଞ ସଂସ୍ଥା ଦ୍ୱାରା ନିଶ୍ଚିତ କରିବେ ।

ରାଜ୍ୟ ସରକାର ପ୍ରତ୍ୟେକ ରୋପୱେ ପ୍ରକଳ୍ପ ପାଇଁ ନିର୍ଦ୍ଧିଷ୍ଟ ପରିଚାଳନା ନିୟମାବଳୀ ପ୍ରସ୍ତୁତ କରିବେ । ଉତ୍ତମ ଗୁଣବତ୍ତା ସୁନିଶ୍ଚିତ କରିବାକୁ ମଧ୍ୟ ଆଉ ଏକ ନିୟମାବଳୀ ରହିବ । ଏବଂ ସମସ୍ତ କାର୍ଯ୍ୟକ୍ରମର ଏକ ରେକର୍ଡ ରଖିବାକୁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ।

ଜରୁରୀ ପରିସ୍ଥିତି ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏସଓପି ପ୍ରସ୍ତୁତ କରିବେ । ମୁକାବିଲା ଯୋଜନା ତିଆରିର ହେବ । ଏବଂ ନିୟମିତ ବ୍ୟବଧାନରେ ମକ୍ ଡ୍ରିଲ କରିବାକୁ ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଏଥିପାଇଁ ନିୟୋଜିତ କରିବେ ବୋଲି ଉଲ୍ଲେଖ ରହିଛି ।

Comments are closed.