Latest Odisha News

BREAKING NEWS

କେଉଁଝର ଜିଲ୍ଲାପାଳଙ୍କ ନାଁରେ ଗିରଫ ୱାରେଣ୍ଟ

ଭୁବନେଶ୍ୱର: ବାରମ୍ବାର ହାଜର ନୋଟିସ ଜାରି ହେବା ସତ୍ତେ୍ୱ ହାଜର ହେଲେନି ଜିଲ୍ଲାପାଳ । କେଉଁଝର ଜିଲ୍ଲାପାଳଙ୍କୁ ଗିରଫ କରି ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର କରିବାକୁ ୱାରେଣ୍ଟ ଜାରି ହୋଇଛି । ବିଭିନ୍ନ ଜନଜାତି ଉତ୍ପୀଡ଼ନ ସଂପର୍କିତ ମାମଲାରେ କମିଶନ ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ଜାତୀୟ ଜନଜାତି କମିଶନ ।

ବାରମ୍ବାର ନୋଟିସ ହେବା ସତ୍ତେ୍ୱ ଆଶିଷ କମିଶନଙ୍କ ନିକଟରେ ହାଜର ହୋଇନଥିଲେ । ମଙ୍ଗଳବାର ଜାତୀୟ ଜନଜାତି କମିଶନ ଡିଜିପି ସୁନୀଲ ବଂଶଲଙ୍କୁ ନୋଟିସ କରିଛନ୍ତି । ୧୩ ତାରିଖ ବୁଧବାର ଆଶିଷଙ୍କୁ ଗିରଫ କରି କମିଶନଙ୍କ ନିକଟରେ ହାଜର କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେ ହାଜର ନ ହୁଅନ୍ତି, ତେବେ ତାର କାରଣ ସେହିଦିନ ଦର୍ଶାଇବାକୁ ମଧ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ମିଳିଛି ।

Leave A Reply

Your email address will not be published.