Latest Odisha News

BREAKING NEWS

ପୁଣି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି ବଢ଼ାଇଲେ ସରକାର

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଝାମେଲା ସରୁ ନଥିବା ବେଳେ ସରକାର ପୁଣି ଥରେ ଆଶ୍ୱସ୍ତି ଦେଇଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ HSRP ଲଗାଇବା ଅବଧିକୁ ପୁଣି ଥରେ ମାସେ ବୃଦ୍ଧି କରିଛନ୍ତି । ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

ଗାଡ଼ିର ରେଜିଷ୍ଟ୍ରେସନ୍ ପ୍ଲେଟର ଶେଷ ଅଙ୍କ ୧, ୨, ୩ ଓ ୪ ରହିଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ପଡ଼ିବ । ସେହିଭଳି ରେଜିଷ୍ଟ୍ରେସନ୍ ପ୍ଲେଟର ଶେଷ ଅଙ୍କ ୫ ଓ ୬ ଥିଲେ ଡିସେମ୍ବର ୩୧ ସୁଦ୍ଧା HSRP ଲଗାଇବେ ।

ସେହିଭଳି ଯେଉଁମାନଙ୍କ ଗାଡ଼ିର ରେଜିଷ୍ଟ୍ରେସନ୍ ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିବ ସେମାନେ ୨୦୨୩ ଜାନୁଆରୀ ୩୧ ସୁଦ୍ଧା ଲଗାଇବେ । ୯ ଓ ୦ ଥିଲେ ୨୦୨୩ ଫେବ୍ରୁଆରୀ ୨୮ ସୁଦ୍ଧା ହାଇ ସିକ୍ୟୁରିଟି ପ୍ଲେଟ୍ ଲଗାଇବାକୁ ପଡ଼ିବ ।

ଯୁଗ୍ମ କମିଶନର ପରିବହନ, ଦୀପ୍ତି ରଞ୍ଜନ ପାତ୍ର (ଟେକ୍ନିକାଲ)ଙ୍କ ସୂଚନା ଅନୁସାରେ, ଅକ୍ଟୋବର ୨୮ ତାରିଖ ସୁଦ୍ଧା ୨୯ ଲକ୍ଷ ୫୯ ହଜାର ୫୪୪ ଗାଡ଼ି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି । ଯେଉଁଥିରୁ ୧୧ ଲକ୍ଷ ୭୩ ହଜାର ୪୫୯ଟି ଗାଡ଼ିରେ HSRP ଲଗାଯାଇଛି । ଅର୍ଥାତ୍ ଆବେଦନର ଏକ ତୃତୀୟାଂଶ ଗାଡ଼ିରେ ଏଯାବତ୍ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ପାରିଛି ।

Leave A Reply

Your email address will not be published.