Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲଟେଜ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ରବିବାର ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାରେ ଭାରତ-ଦକ୍ଷିଣ ଆଫ୍ରିକା ସାମ୍ନି ସାମ୍ନି ହେବେ । ଏହି ମ୍ୟାଚରେ ଭାରତର ଦୃଢ଼ ବ୍ୟାଟିଂ ଲାଇନ ଅପ ଓ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟରେ ଏକ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକମାନେ ଦେଖିବାକୁ ପାଇବେ । କ୍ରମାଗତ ୨ଟି ମ୍ୟାଚରେ ବିଜୟ ହାସଲ କରି ଭାରତ ଜବରଦସ୍ତ ଫର୍ମରେ ରହିଛି । ସୂରବୀର (ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ) କିପରି ବିପକ୍ଷ ଦଳର ବୋଲିଂକୁ ଟାର୍ଗେଟ କରିବେ ତାହା ଦେଖିବା କଥା । ଏହି ମ୍ୟାଚକୁ ଜିତି ଭାରତ ସେମିଫାଇନାଲ ପ୍ରବେଶ ନିଶ୍ଚିତ କରିବାକୁ ଚାହିଁବ । କେତେକ ମିଡିଆ ରିପୋର୍ଟ ଅନୁସାରେ ରିଷଭ ପନ୍ତଙ୍କୁ ଏହି ମ୍ୟାଚରେ ଖେଳାଯାଇପାରେ । କେଏଲ ରାହୁଲଙ୍କ ଖେଳିବା ନେଇ ସଂଶୟ ରହିଛି । ଦକ୍ଷିଣ ଆଫ୍ରିକା ଦଳରେ ଅତିରିକ୍ତ ପେସରଙ୍କୁ ସାମିଲ କରିବା ନେଇ ପୂର୍ବତନ ଅଲରାଉଣ୍ଡର ଲାନ୍ସ କ୍ଲୁଜନର କହିଛନ୍ତି । କୋହଲି ଆଉ ୨୮ ରନ କରି ଟି୨୦ ବିଶ୍ୱକପରେ ସର୍ବାଧିକ ରନ କରିଥିବା ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ରେକର୍ଡ ଭାଙ୍ଗିବାକୁ ଚାହିଁବେ । ପର୍ଥ ପିଚରେ ବର୍ଷା ଯଦି ବାଧା ସୃଷ୍ଟି ନ କରେ ଏହା ନିଶ୍ଚିତ ଭାବେ ଏକ ହାଇ ସ୍କୋରିଂ ରୋମାଂଚକ ମୁକାବିଲା ହେବ ।

ଅଧିନାୟକ ରୋହିତ ଶର୍ମାଙ୍କ ପ୍ରକୃତ ନେତୃତ୍ୱ ଦକ୍ଷତା ଏହି ମ୍ୟାଚରେ ଦେଖିବାକୁ ମିଳିବ । କାଗଜ କଲମ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଭାରତ ତାର ଶେଷ ୫ଟି ମୁକାବିଲାରେ ୪ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ହାରିଛି । ସେହିପରି ଦକ୍ଷିଣ ଆଫ୍ରିକା ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଥିଲେ । ଟି୨୦ ବିଶ୍ୱକପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ୫ ଥର ଭେଟିଛନ୍ତି । ଭାରତ ୪ରେ ବିଜୟୀ ହୋଇ ଆଗରେ ରହିଛି ।

Leave A Reply

Your email address will not be published.