Latest Odisha News

BREAKING NEWS

ଯାଜପୁରରେ ଆରମ୍ଭ ହେଲା ବିରଜା ଶ୍ରୀ ବାଣିଜ୍ୟ ମେଳା

ଯାଜପୁର: କାଳୀପୂଜା ଅବସରରେ କୁସୁମା ନିକଟରେ ଆରମ୍ଭ ହୋଇଛି ବିରଜା ଶ୍ରୀ ବାଣିଜ୍ୟ ମେଳା । ଯାଜପୁର ପୌରପାଳିକା ଏବଂ ନାବାର୍ଡର ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ଏହି ମେଳା ଆସନ୍ତା ୪ ତାରିଖ ଯାଏଁ ଚାଲିବ । ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦିକ ସାମଗ୍ରୀର ବିକ୍ରି କରି ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ । ଯାଜପୁର ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସେମାନଙ୍କ ଷ୍ଟଲ ଖୋଲିଛନ୍ତି ।

BjdElectrycity

ଏହି ଷ୍ଟଲରେ ହାତ ତିଆରି ସାମଗ୍ରୀ, ଲୁଗା,ଡ୍ରେସ,ସାଜସଜ୍ଜା ଜିନିଷ,ପାମ୍ପଡ, ଆଚାର ଏବଂ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସ୍ଥାନ ପାଇଛି । ପ୍ରଥମ ଦିନରେ ଗ୍ରାହକଙ୍କ ସଂଖ୍ୟା ଭଲ ହୋଇଥିବାରୁ ଆଗାମୀ ଦିନ ଭଲ ବ୍ୟବସାୟ ହେବ ବୋଲି ଆଶା କରିଛନ୍ତି ବ୍ୟବସାୟୀ ।ଯାଜପୁର ପୌରପାଳିକାକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ବିଶେଷକରି ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ତାଲିମ ଓ ଉତ୍ପାଦିକ ସାମଗ୍ରୀର ବିକ୍ରି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରାଯାଉଛି । ଏହି ବାଣିଜ୍ୟ ମେଳାରେ ପରିବେଶ ସୁରକ୍ଷାର ମଧ୍ୟ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ବାଣିଜ୍ୟ ମେଳାରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଉଦଘାଟନ କରିଥିବା ବେଳେ ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.