Latest Odisha News

ତାଲିବାନୀଙ୍କୁ ଏଭଳି କଡ଼ା ଚେତାବନୀ ଶୁଣାଇଲେ ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲହେ

କାବୁଲ: ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନରେ ସରକାର ଗଠନ କସରତ ଚଳାଇଛନ୍ତି । କିନ୍ତୁ ଏଯାଏ ପଞ୍ଜସିର ଦଖଲ ସ୍ୱପ୍ନ ସେମାନଙ୍କର ପୂରା ହୋଇନି । କାବୁଲରୁ ଦେଢ଼ ଶହ କିଲୋମିଟର ଦୂର ପଞ୍ଜସିରରେ ତାଲିବାନୀ ବିରୋଧୀ ମେଳି ହୋଇଛନ୍ତି । ସେଠାରେ ଅଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲହେ । ସେ ତାଲିବାନୀଙ୍କୁ ଦେଇଛନ୍ତି କଡ଼ା ବାର୍ତ୍ତା ।

ଅମରୁଲ୍ଲାହ ସାଲହେ କହିଛନ୍ତି, ସେମାନେ ଆଫଗାନିସ୍ତାନକୁ ତାଲିବାନିସ୍ତାନ ଭାବରେ ଦେଖିବାକୁ ଚାହୁଁ ନାହାନ୍ତି । ତାଲିବାନର ଏକଛତ୍ରବାଦକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରୁଛନ୍ତି । ତିଲାବନୀଙ୍କ ସହ ଆପୋଷ ବୁଝାମଣାରେ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯିବ ।

ଅମରୁଲ୍ଲାହ ସାଲହେ କହିଛନ୍ତି, ସେମାନେ ନିଜ ପାଇଁ କୌଣସି ସ୍ଥାନ ଚାହାନ୍ତି ନାହିଁ । ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଲକ୍ଷ୍ୟ ବି ନୁହେଁ । କେବଳ ଆଫଗାନିସ୍ତାନ ବାସିନ୍ଦାଙ୍କୁ ସେମାନଙ୍କ ଚରିତ୍ର ନିର୍ଣ୍ଣୟ କରିବାର ସୁଯୋଗ ଦିଆଯାଉ । ସେମାନେ ଆଫଗାନ ନାଗରିକଙ୍କ ବ୍ୟକ୍ତିଗତ ପରିଚୟ ହଜିଯାଉ ସେମାନେ ଚାହାନ୍ତିନି ବୋଲି ତାଲିବାନୀଙ୍କୁ ଚେତେଇ ଦେଇଛନ୍ତି ଆମରୁଲ୍ଲାହ ସାଲହେ ।

ପଞ୍ଜସିରରେ ଏକାଠି ହୋଇଛନ୍ତି ତାଲିବାନୀ ବିରୋଧୀ ନର୍ଦ୍ଦନ ଆଲିଆନ୍ସ । ଏହାର ନେତୃତ୍ୱ ନେଉଛନ୍ତି ମୁଜାହିର୍ଦ୍ଦିନର ପୂର୍ବତନ କମାଣ୍ଡର ଅହମ୍ମଦ ମସୁଦ ଶାହଙ୍କ ପୁଅ ଅହମ୍ମଦ ମସୁଦ । ସେମାନେ କୌଣସି ବି ପରିସ୍ଥିତିରେ ତାଲିବାନୀଙ୍କୁ ପଞ୍ଜସିରରେ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ପଣ କରିଛନ୍ତି । ଏହି ଉପତ୍ୟକାରେ ଏଯାଏ କେବେ ତାଲିବାନ ପାଦ ରଖି ପାରି ନାହାନ୍ତି ।

Comments are closed.