Latest Odisha News

BREAKING NEWS

ପିଜ୍ଜା ଡେଲିଭରି ବୟ ସାଜିଛନ୍ତି ପୂର୍ବତନ ଆଫଗାନିସ୍ତାନ ମନ୍ତ୍ରୀ

ଭୁବନେଶ୍ୱର: ତାଲିବାନୀଙ୍କ କବଜାରେ ଆଫଗାନିସ୍ତାନ । ଖାସ କରି ରାଷ୍ଟ୍ରପତି ଅସ୍ରଫ୍ ଘନି ଦେଶ ଛାଡି ପଳାୟନ କରିବା ପରେ ଅନ୍ୟ ମନ୍ତ୍ରୀଙ୍କର ଖୋଜ ଖବର ନଥିଲା । ହେଲେ ନିକଟରେ ଆଫଗାନିସ୍ତାନର ଜଣେ ମନ୍ତ୍ରୀଙ୍କ ଖବର ଜର୍ମାନୀରୁ ମିଳିଛି ।

ଆଫଗାନିସ୍ତାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସୟଦ ଅହମଦ ଶାହ ଶାହାଦତ । ନିକଟରେ ସୟଦଙ୍କୁ ଜର୍ମାନୀ ରାସ୍ତାରେ ଦେଖିବାକୁ ମିଳିଛି । ପ୍ରାୟ ବର୍ଷେ ପୂର୍ବରୁ ସେ ଆଫଗାନିସ୍ତାନ ଛାଡିଥିଲାବେଳେ ଜର୍ମାନୀର ଲିପ୍‌ଜିଗ୍‌ଠାରେ ପିଜା ଡେଲିଭରି କରୁଥିବା ଜଣାପଡିଛି । ଜଣେ ସ୍ଥାନୀୟ ସାମ୍ବାଦିକ ତାଙ୍କ ଫଟୋ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ସେୟାର କରିବା ପରେ ସୟଦଙ୍କ ବିଷୟରେ ସୂଚନା ମିଳିଥିଲା ।

ପିଜ୍ଜା ଡେଲିଭରି ବୟ ଅବତାରରେ ସୟଦଙ୍କ ଫଟୋ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏପରିକି ସମୟକ୍ରମେ ସୟଦ ପିଜ୍ଜା ଡେଲିଭରି ବୟ ସାଜିଥିବା ଖବରକୁ ଅଲ୍ ଜଜିରା ଭଳି ଜଣାଶୁଣା ଗଣମାଧ୍ୟମ ସଂସ୍ଥା ମଧ୍ୟ ପୁଷ୍ଟି କରିଛି ।

ସୟଦ ଅହମଦ ଶାହ ଶାହାଦତ ୨୦୧୮ରେ ଅସ୍ରଫ ଘନିଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ପ୍ରାୟ ଦୁଇବର୍ଷ ଧରି ସେ ଆଫଗାନିସ୍ତାନର ସୂଚନା ଓ ବୈଷୟିକ ମନ୍ତ୍ରୀ ଭାବେ କାମ କରିବା ପରେ ୨୦୨୦ରେ ଇସ୍ତଫା ଦେଇଥିଲେ । ଗତବର୍ଷ ଡିସେମ୍ବର ମାସରେ ସେ ଦେଶ ଛାଡି ଜର୍ମାନୀକୁ ପଳାଇ ଆସିଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦୁଇଦୁଇଟି ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ସୟଦ ହଠାତ୍ ମନ୍ତ୍ରୀପଦ ଛାଡି କାହିଁକି ଜର୍ମାନୀ ପଳାଇ ଆସିଥିଲେ ? ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିବା ନେଇ ସୟଦ କ’ଣ ପୂର୍ବରୁ ଆଭାସ୍ ପାଇଥିଲେ କି ? ନା ଜର୍ମାନୀ ଆସିବା ସୟଦଙ୍କର ଏକ ସଂଯୋଗ ମାତ୍ର । ଜର୍ମାନୀରେ ସୟଦ ଠାବ ହେବା ପରେ ଏପରି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।

Leave A Reply

Your email address will not be published.