Latest Odisha News

BREAKING NEWS

ନବମରେ ଟିସି ନେଇଥିଲେ ଦଶମ ପରୀକ୍ଷା କେମିତି ଦେଲେ ?

ରାୟଗଡା:ଦଶମ ଶ୍ରେଣୀ ପରୀକ୍ଷାରେ ସାଙ୍ଘାତିକ ବ୍ୟତିକ୍ରମ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର ନବମରେ ଟିସି ନେଇଯାଇଥିଲେ ।ହେଲେ ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତିନ୍ନ ହୋଇଛନ୍ତି ।ଯାହାକୁ ନେଇ ବିବାଦ ଦେଖିଦେଇଛିା

ଛାତ୍ରଜଣକ ହେଉଛନ୍ତି ପିଣ୍ଟୁ ମାଝି । ଚଳିତ ବର୍ଷ ଜାନୁଆରୀ ମାସ ୧୮ ତାରିଖରେ ସେ ନବମ ଅଧାରୁ ପାଠପଢା ଛାଡି ଅନ୍ୟକେଉଁସ୍କୁଲରେ ପାଠ ପଢିବା ପାଇଁ ବିଦ୍ୟାଳୟରୁ ଟିସି ନେଇ ପଳାଇଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଲୋଚନା ଖୋରା ପିଣ୍ଟୁ ମାଝିଙ୍କୁ ଟିସି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ହେଲେ ସେ ଚଳିତ ମାଟ୍ରିକ ପରୀକ୍ଷାରେ ପିଣ୍ଟୁ ୨୭୨ ନମ୍ବର ରଖି ଡି ଗ୍ରେଡରେ ପାସ କରିଛନ୍ତି କରିଛନ୍ତି ବୋଲି ଅଭିଯୋଗ ଆସିଛି ।

ଅନ୍ୟପଟେ ବିଦ୍ୟାଳୟର ମୋଟ୍ ୨୧୭ ଜଣ ପିଲାଙ୍କ ନାଁ ଟେବୁଲସନ୍ ହୋଇ ମାର୍ଚ୍ଚ ମାସରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଯାଇଥିଲା। ଟିସି ନେଇଥିବା ପିଣ୍ଟୁଙ୍କ ନାଁ କୁ ମଧ୍ୟ ଅନ୍‌ଲାଇନ ମାଧ୍ୟମରେ ୨୧୭ ଜଣ ଛାତ୍ରଛାତ୍ରୀଙ୍କ ତାଲିକାରେ ଭର୍ତି କରାଯାଇଛି ବୋଲି ଜଣାପଡିଛି। ପ୍ରଧାନଶିକ୍ଷକ ଉଦ୍ଦେଶ୍ୟମୂଳକ ଭାବେ ପିଣ୍ଟୁଙ୍କ ନାଁ କୁ ତାଲିକା ଭିର୍ତି କରିଛନ୍ତି । କି ଭୁଲରେ ତାଙ୍କ ନାଁ ଯାଇଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଏ ବିଷୟକୁ ନେଇ ପ୍ରଧାନଶିକ୍ଷକ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି ।

Leave A Reply

Your email address will not be published.