Latest Odisha News

BREAKING NEWS

ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ

ରାୟଗଡା: ବିକାଶରୁ ବଞ୍ଚିତ ନିୟମଗିରି ଡଙ୍ଗରିଆ, ଓପିଇଲିପି ମାରି ନେଉଛି ଲକ୍ଷ ଲକ୍ଷ ଟଙ୍କା । ଆରମ୍ଭ ହୋଇଛି ମେଳି । ଆଦିବାସୀ ଜନଜାତିଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ହେଲେ ତାହା କେବଳ ଯୋଜନାରେ ରହିଛି । ରାଜ୍ୟ ସରକାରଙ୍କ OPELIP ସଂସ୍ଥା କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ଆଣିଛନ୍ତି ରାୟଗଡା କଲ୍ୟାଣସିଂହପୁର ଅଞ୍ଚଳର ସାନଡେଙ୍ଗିଲେଲି ଗାଁ ବସବାସ କରୁଥିବା ଡ଼ଙ୍ଗରିଆ କନ୍ଧ । ଏନେଇ ୧୨ ଖଣ୍ଡ ଗାଁର ପଞ୍ଚୟତ ଏକାଠି ହୋଇଛି ।  ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ଦର୍ଶାଇ ହରିଲୁଟ କରୁଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ସଂସ୍ଥା ଡଙ୍ଗରିଆ କନ୍ଧ ଏବଂ ହରିଜନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି । ପାତର ଅନ୍ତର ମାନଭାଵ ରଖି କାର୍ଯ୍ୟ କଲେ OPELIP କୁ ଏଠାରୁ ହଟାଇ ଦିଆଯିବ ବୋଲି ଚେତାବନୀ ଦେଇଛି ନିୟମଗିରି ସୁରକ୍ଷା ସମିତି ।

ଖାଲି ସେତିକି ନୁହେଁ ପାରଶାଳୀ ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ପାଇଁ ସରକାର ତରଫରୁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି ସେ ବିଷୟରେ ଆଲୋଚନା ହୋଇଛି । ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ, ଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉ ନାହିଁ ବୋଲି ଅଭିଯୋଗ ହୋଇଛି ।

ଏହାକୁ ନେଇ କିଛି ଦିନ ତଳେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲା ନିୟମଗିରି ସୁରକ୍ଷା ସମିତି । ଓପିଇଲିପି ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏକାଠି ହୋଇଛନ୍ତି ଡଙ୍ଗରିଆ ।

 

Leave A Reply

Your email address will not be published.