Latest Odisha News

BREAKING NEWS

ଭାରତୀୟ ସାମ୍ବାଦିକ ଦାନିସଙ୍କ ହତ୍ୟାକରୀ ତାଲିବାନ; ଆଫଗାନିସ୍ତାନ

ନୂଆଦିଲ୍ଲୀ: କିଛିଦିନ ତଳେ ଆଫଗାନିସ୍ତାନରେ ତାଲିବାନ ଦ୍ବାରା ଭାରତୀୟ ଫଟୋ ସାମ୍ବାଦିକ ଦାନିସ ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ତାଲିବାନ। କିନ୍ତୁ ଆଫ୍‌ଗାନ ସରକାର ସ୍ପଷ୍ଟ କରିଛି ଯେ ଦାନିସଙ୍କୁ ତାଲିବାନ ଦ୍ବାରା ଧରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଆଫଗାନିସ୍ତାନ ସୁରକ୍ଷା ବାହିନୀର ମୁଖପାତ୍ର କହିଛନ୍ତି ଯେ ପୁଲିଟର ବିଜେତା ଭାରତୀୟ ଫଟୋଗ୍ରାଫର ସାମ୍ବାଦିକ ଦାନିଶ ସିଦ୍ଦିକି ତାଲିବାନ ଏବଂ ଆଫଗାନିସ୍ତାନ ସୈନ୍ୟବାହିନୀ ମଧ୍ୟରେ କ୍ରସ ଫାୟାର ମୃତ୍ୟୁ ହୋଇ ନଥିଲା ବରଂ ତାଲିବାନ ଦ୍ୱାରା ତାଙ୍କୁ ଗିରଫ କରାଯାଇ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଆଫଗାନିସ୍ତାନ ନ୍ୟାସନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଫୋର୍ସ (ଆଣ୍ଡଏସଏଫ) ର ମୁଖପାତ୍ର ଅଜମଲ ଓମାର ସିନୱାରୀ ପ୍ରଥମ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ସିଦ୍ଦିକିଙ୍କୁ ତାଲିବାନ ଦ୍ବାରା ଗିରଫ କରାଯାଇଥିଲା ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ଗତ ସପ୍ତାହରେ, ଆମେରିକାର ୱାଶିଂଟନ୍ ଏକ୍ସାମିନର୍ ମାଗାଜିନ୍‌ରେ ଏକ ରିପୋର୍ଟରେ ପ୍ରଥମେ ଦାବି କରାଯାଇଥିଲା ଯେ ସିଦ୍ଦିକିଙ୍କୁ କେବଳ ଆଫଗାନିସ୍ତାନରେ କ୍ରସ ଫାୟାର ଯୋଗୁ ମୃତ୍ୟୁ ହୋଇନାହିଁ ବରଂ  ତାଲିବାନ ଦ୍ୱାରା ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି।

ତାଲିବାନ ତାଙ୍କୁ କାବୁ କଲାବେଳେ ସିଦ୍ଦିକି ଜୀବିତ ଥିଲେ। ତାଲିବାନ ସିଦ୍ଦିକିଙ୍କ ପରିଚୟ ଯାଞ୍ଚ କରି ତା’ପରେ ତାଙ୍କୁ ଏବଂ ତାଙ୍କ ସହ ଥିବା ଲୋକଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେଇଥିଲା।

Leave A Reply

Your email address will not be published.