Latest Odisha News

BREAKING NEWS

ମହିଳା ନ୍ୟୁଜ ଆଙ୍କରଙ୍କୁ ମୁହଁ ଘୋଡ଼ାଇ ଖବର ପରିବେଶଣ ପାଇଁ ନିର୍ଦ୍ଦେଶ ଦେଲା ତାଲିବାନ

କାବୁଲ: ଇଲେକ୍ଟ୍ରୋନିକ୍ସ ମିଡିଆରେ ମୁହଁ ଘୋଡ଼ାଇ ନ୍ୟୁଜ ପଢ଼ିବାକୁ ନିର୍ଦ୍ଦେଶ। ଆଫଗାନିସ୍ତାନର ତାଲିବାନ ସରକାର ଗୁରୁବାର ଦିନ ଏପରି ଏକ ନିର୍ଦ୍ଦେଶ ଦେଇଛି ଟିଭି ଚ୍ୟାନେଲ ମାନଙ୍କୁ । ତାଲିବାନ ନ୍ୟୁଜ୍ ଚ୍ୟାନେଲ ଏପରି ଏକ ନିର୍ଦ୍ଦେଶ ଆସିଛି ବୋଲି ଟୁଇଟ୍ କରି ଜଣାଇଛନ୍ତି । ତେଣୁ ନିର୍ଦ୍ଦେଶ ଅନୁଯାୟୀ ଏବେ ସଂପୃକ୍ତ ଟିଭି ଚ୍ୟାନେଲମାନଙ୍କର ମହିଳା ଉପସ୍ଥାପକ ମୁହଁ ଘୋଡ଼ାଇ ନ୍ୟୁଜ ପଢ଼ିବେ ବୋଲି ସୂଚନା ଦେଇଛନ୍ତି।

ଟୋଲୋ ନ୍ୟୁଜ ଏବଂ ଅନ୍ୟାନ୍ୟ ଟିଭି ଏବଂ ରେଡିଓ ନେଟୱର୍କର ମାଲିକ ଥିବା ମୋବି ଗ୍ରୁପକୁ ତାଲିବାନ ସରକାର ଏପରି ଏକ ବିବୃତ୍ତି ପଠାଇଥିବା କୁହାଯାଇଛି। ଏବଂ ଟୁଇଟ୍ କରି କହିଛି ଯେ ଏହା ଅନ୍ୟାନ୍ୟ ଆଫଗାନିସ୍ତାନ ଗଣମାଧ୍ୟମରେ ମଧ୍ୟ ଲାଗୁ ହେବ।

ଜଣେ ଆଫଗାନିସ୍ତାନ ସ୍ଥାନୀୟ ଗଣମାଧ୍ୟମ ଅଧିକାରୀ ସୁନିଶ୍ଚିତ କରିଛନ୍ତି ଯେ ତାଙ୍କ ଷ୍ଟେସନ ଏହି ନିର୍ଦ୍ଦେଶ ଗ୍ରହଣ କରିଛି ଏବଂ ଏହା ଆଲୋଚନା ପାଇଁ ନୁହେଁ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ତାଲିବାନ ଯେତେବେଳେ ବଳପୂର୍ବକ ଆଫଗାନିସ୍ତାନକୁ କବଜା କରିଥିଲେ ସେହି ସମୟରେ ପୂର୍ବ ତାଲିବାନ ବେଳେର ଶାସନ ହେବ ନାହିଁ ବୋଲି କହିଥିଲେ। ସରକାର ଗଢିଲେ ମହିଳାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ତାଲିବାନ ମାନେ କହିଥିଲେ। କିନ୍ତୁ ଏଠାରେ କଥାରେ ଏବଂ କାମରେ ଭିନ୍ନ ପରିଲିକ୍ଷିତ ହେଉଛି। ମୁଖ୍ୟତଃ ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ଲୋକ୍ ଲଗାଯାଇଛି । ଯାହାକି ମହିଳାଙ୍କ ଅଧିକାରକୁ ହନନ ହେଉଛି। ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଧୀରେ ଧୀରେ ଏବେ ପ୍ରସଙ୍ଗ ପାଲଟୁଛି।

Comments are closed.