Latest Odisha News

BREAKING NEWS

ତାଲିବାନ ବିରୋଧରେ ଆଫଗାନୀ ମହିଳାଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ବିପଦପୂର୍ନ ଦେଶ ଭାବେ ପରିଗଣିତ ହେଉଛି । ମହିଳା ଓ ଯୁବତୀଙ୍କୁ ତାଲିବାନୀ ଶାସନର କଠୋର ନିୟମ କାନୁନର ସାମ୍ନା କରିବାକୁ ପଡୁଛି । ନୂତନ ଶାସନ ଅଧିନରେ ସର୍ବସାଧାରଣରେ ମହିଳାଙ୍କୁ ହିଜାବ, ଅବାୟା ଓ ନକାବ ପିନ୍ଧିବାକୁ ନିର୍ଦ୍ଦେଶ ରହିଛି ।

ତେବେ ତାଲିବାନୀ ଶାସନକୁ ବିରୋଧ କରିବାକୁ ଯାଇ ବହୁସଂଖ୍ୟାରେ ମହିଳାମାନେ ଅନ୍‌ଲାଇନ୍‌ରେ ପ୍ରତିବାଦ ଆରମ୍ଭ କରିଛନ୍ତି । ପାରମ୍ପରିକ ଆଫଗାନ ବେଶଭୂଷାରେ ମହିଳାମାନେ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ #DoNotTouchMyClothes ଓ #AfghanistanCulture ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ତାଲିବାନ ବିରୋଧୀ ଟ୍ରେଣ୍ଡରେ ଅଧିକରୁ ଅଧିକ ମହିଳା ସାମିଲ ହୋଇ ନିଜନିଜର ଫଟୋ ସେୟାର କରିବାରେ ଲାଗିପଡିଛନ୍ତି ।

ଅନ୍ୟପଟେ ତାଲିବାନୀ ଶାସନ ମହିଳାଙ୍କୁ ସମସ୍ତ ଅଧିକାର ଓ ସ୍ୱାଧିନତା ଦେବାକୁ କଥା ଦେଇଥିଲା । ହେଲେ ତାଲିବାନର ବଚନ ପାଣିରେ ଗାର ସଦୃଶ ପାଲଟିଛି । ଆଫଗାନିସ୍ତାନରେ ମହିଳାଙ୍କ ପାଠପଢା ଓ ଚାକିରୀ କରିବା ନେଇ ଅଙ୍କୁଶ ଲଗାଯାଇଛି । ସେହିଭଳି କ୍ରିକେଟ ଓ ଅନ୍ୟାନ୍ୟ ଖେଳରେ ମଧ୍ୟ ମହିଳାଙ୍କ ସଂପୃକ୍ତି ନେଇ ସ୍ପଷ୍ଟ ବାରଣ କରାଯାଇଥିବା ତାଲିବାନର ଜଣେ ପ୍ରବକ୍ତା ପ୍ରକାଶ କରିଥିଲେ ।

Leave A Reply

Your email address will not be published.