Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି କେନ୍ଦ୍ରାପଡା ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ । ପୋୖରାଞ୍ଚଳର ବିଭିନ୍ନ ଅଞ୍ଚଳ ଗୁଡିକରେ ବର୍ଷାପାଣି ଜମି ରହିଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । କେତେକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ପୋୖରାଞ୍ଚଳ ଅନ୍ତର୍ଗତ ମେଡିକାଲ ରୋଡ଼ ଜୟୀପୁରା, ଶାନ୍ତସାହି , ମନକରପୁର, ଟାଉନ ବଳରାମପୁର, ଗୋପ , ହଜାରୀ ବଗିଚା ଗ୍ରାମ ଗୁଡିକ ବର୍ଷା ପାଣି ଯୋଗୁ ବିଶେଷ ପ୍ରଭାବିତ ହୋଇଛି । ତେବେ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରି ଏହି ସମସ୍ୟାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.