Latest Odisha News

BREAKING NEWS

ଖାଦ୍ୟ ଅଭାବ ଯୋଗୁ ମୃତ୍ୟୁମୁଖରେ ପଡ଼ିପାରନ୍ତି ୧୦ ଲକ୍ଷରୁ ଅଧିକ ଶିଶୁ; ‘ହୁ’ର ଚେତାବନୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତାକୁ ଆସିବା ପରେ ଯେଉଁ ସଙ୍କଟ ଦେଖାଦେଇଛି, ତାହା ଅଧିକ ବିଗିଡିବାରେ ଲାଗିଛି। ଆଫଗାନିସ୍ତାନ ନାଗରିକମାନଙ୍କୁ ବୈଦେଶିକ ସହାୟତା ନ ମିଳିବା ହେତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବଡ଼ ଅର୍ଥନୈତିକ ସଙ୍କଟ ଆଶଙ୍କା ପ୍ରକାଶ କରିଛି।

ଏଥି ସହିତ, ଏହି ସଙ୍କଟ ମଧ୍ୟରେ, ମରୁଡ଼ି ପ୍ରଭାବିତ ଆଫଗାନିସ୍ତାନରେ ସ୍ଥିତିରେ ଉନ୍ନତି ନହେବା ନେଇ ଏକ ଗୁରୁତର ଚେତାବନୀ ଦିଆଯାଇଛି। WHO କହିଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମରୁଡ଼ି ହେତୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ନ ପାଇବା ଯୋଗୁ ୧୦ ଲକ୍ଷ ମୃତ୍ୟୁମୁଖରେ ପଡ଼ିପାରନ୍ତି।

ରଏଟର୍ସ ରିପୋର୍ଟ ଅନୁଯାୟୀ, WHO କହିଛି ଯେ ବର୍ଷ ଶେଷ ସୁଦ୍ଧା ଆଫଗାନିସ୍ତାନରେ ଖାଦ୍ୟ ଅଭାବ ହେବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଅତି କମରେ ୩୨ ଲକ୍ଷ ପିଲା ପୁଷ୍ଟିହୀନର ଶିକାର ହୋଇପାରନ୍ତି। ଶୀତ ଋତୁ ଆରମ୍ଭ ହେବା ସହିତ ତାପମାତ୍ରା ହ୍ରାସ ହେଲେ ଖାଦ୍ୟର ଉପଲବ୍ଧତା ଅଧିକ ପ୍ରଭାବିତ ହେବ ବୋଲି ହୁ ଚେତାବନୀ ଦେଇଛି।

Comments are closed.