Latest Odisha News

BREAKING NEWS

ପରିବାରର ୪ଜଣଙ୍କୁ ହତ୍ୟା କଲେ ନକ୍ସଲ, ଘରକୁ ବୋମା ଲଗାଇ ଉଡ଼ାଇଦେଲେ

ପାଟନା: ବିହାରର ଗୟାରେ ନକ୍ସଲମାନେ ୪ଜଣଙ୍କୁ ହତ୍ୟା କରିଛନ୍ତିି। ଚାରିଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ନକ୍ସଲମାନେ ହତ୍ୟା କରିବା ପରେ ଘରକୁ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ପୋଲିସ ଏନେଇ ତଦନ୍ତ କରୁଛି।

ବିହାରରେ ପୁଣି ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଡ଼ୁମରିଆର ମନୋବର ଗାଁରେ ରହୁଥିବା ସରଜୁ ସିଂଙ୍କ ଘରେ ଶନିବାର ମଧ୍ୟରାତ୍ରିରେ ନକ୍ସଲମାନେ ପଶିଥିଲେ। ସରଜୁଙ୍କ ସମେତ ତାଙ୍କର ଦୁଇପୁଅ ଓ ଗୋଟିଏ ଝିଅକୁ ଫାଶିରେ ଝୁଲାଇ ହତ୍ୟା କରିଥିଲେ ନକ୍ସଲ। ମୃତକଙ୍କ ମଧ୍ୟରେ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରମା ଦେବୀ ଓ ସୁନୀତା ସିଂ ଅଛନ୍ତି। ଏହି ଘଟଣା ଘଟାଇବା ପରେ ନକ୍ସଲମାନେ ସେଠାରେ ଏକ ପୋଷ୍ଟର ମାରିଥିଲେ।

ପୋଷ୍ଟରରେ ଲେଖାଯାଇଛି ଯେ, କିଛିଦିନ ପୂର୍ବରୁ ୪ଜଣ ନକ୍ସଲଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ଓ ଏହାକୁ ଏନକାଉଣ୍ଟରର ରୂପ ଦିଆଯାଇଥିଲା। ଏହି ଷଡ଼ଯନ୍ତ୍ରରେ ସରଜୁର ପରିବାର ସମ୍ପୃକ୍ତ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଛି। ଆଉ ଏହା ହେଉଛି ତାଙ୍କର ଚାରିଜଣ ସାଥୀ ଅମରେଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟାର ପ୍ରତିଶୋଧ। ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟ ଜାରି ରହିବ।ଘଟଣାସ୍ଥଳରେ ମରାଯାଇଥିବା ପୋଷ୍ଟରରେ ଜନ ମୁକ୍ତି ଛାପାକର ସେନା, ମଧ୍ୟ ଜୋନ୍ ଝାଡ଼ଖଣ୍ଡ, ସିପିଆଇ(ମାଓବାଦୀ)ଙ୍କ ନାଁ ଉଲ୍ଲେଖ ରହିଛି। ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.