Latest Odisha News

ବିଗୁଡୁଛି ଆଫଗାନିସ୍ତାନ ସ୍ଥିତି; ୫୦,୦୦୦ ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଖାଦ୍ୟ ସଙ୍କଟ ଆହୁରି କ୍ଷୀପ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆଫଗାନିସ୍ତାନ ଖାଦ୍ୟ ସଙ୍କଟ ଲକ୍ଷ ଲକ୍ଷ ଲୋକଙ୍କୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି ବୋଲି ପୂର୍ବନୁମାନ ବି କରାଯାଇଛି। ସୂଚନା ମୁତାବକ ତାଲିବାନ ଶାସିତ ଦେଶକୁ ୫୦ ହଜାର ମେଟ୍ରିକ୍ ଟନ୍ ଗହମ ଏବଂ ଚିକିତ୍ସା ସହାୟତା ପରିବହନ ପାଇଁ ଭାରତ ବିଚାର କରୁଛି ବୋଲି ଜଣାପଡ଼ିଛି।

ତାଲିବାନ ଆଫଗାନକୁ ଦଖଲ କରିବା ଦିନ ଠାରୁ ଭାରତ ଅନ୍ତର୍ଜାତୀୟ ଫୋରମରେ କାବୁଲକୁ ମାନବୀୟ ସହାୟତା କରିବା ପାଇଁ ଦାବି କରି ଆସୁଛି। ନିକଟରେ ଭାରତ ସରକାର ଜାତିସଂଘରେ ଆଫଗାନବାସୀଙ୍କ ସଙ୍କଟ ବିଷୟରେ ସାରା ବିଶ୍ୱକୁ ଜଣାଇଥିଲେ। ଏଥିସହ ଯଥା ସମ୍ଭବ ଆଫଗାନକୁ ମେଡିକାଲ ଓ ଅନ୍ୟାନ୍ୟ ସହାୟତା ପଠାଇବାକୁ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଭାରତ ଗତ ବର୍ଷ ଆଫଗାନିସ୍ତାନକୁ ୭୫,୦୦୦ ମେଟ୍ରିକ୍‌ ଟନ ଗହମ ପଠାଇଥିଲା।

Leave A Reply

Your email address will not be published.