Latest Odisha News

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ମହାଲିଙ୍ଗ ନିର୍ମାଣାଧୀନ ଷ୍ଟାଡିୟମ୍ ସିଲ୍, ପୋଲିସର ତନାଘନା

ଭବାନୀପାଟଣା: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରିଛି ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଅଛନ୍ତି ।

ପୋଲିସ ନିର୍ମାଣାଧୀନ ଖେଳ ପଡ଼ିଆକୁ ତନ୍ନତନ୍ନ କରି ଯାଞ୍ଚ କରୁଛି । ଫେରାର୍ ସ୍କୁଲ ସଭାପତି ଗୋବିନ୍ଦ ସାହୁ ଏହି ଷ୍ଟାଡିୟମର ଠିକାଦାର ଅଛନ୍ତି । ଷ୍ଟାଡିଅମ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ନିଖୋଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ମମିତା ମେହେର ଗତ ୮ ତାରିଖରୁ ନିଖୋଜ ଅଛନ୍ତି । ସ୍କୁଲ ଯାଇ ସେ ଆଉ ଘରକୁ ଫେରି ନାହାନ୍ତି । ଏନେଇ ପରିବାର ଲୋକ ସିନ୍ଧେକେଲା ଥାନାରେ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ଅଭିଯୋଗ କରିଥିଲେ । ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲା। ତେବେ ସେ ଟିଟିଲାଗଡ଼ ଥାନା ପୋଲିସ ବାରାକରୁ ଚମ୍ପଟ ମାରିଛି । ତାକୁ ଧରିବାକୁ ପୋଲିସର ୩ଟି ଟିମ୍ ଲାଗିଛନ୍ତି ।

Leave A Reply

Your email address will not be published.