Latest Odisha News

BREAKING NEWS

CBSE ଟର୍ମ-୧ ବୋର୍ଡ ପରୀକ୍ଷା: ନଭେମ୍ବର ୩୦ରୁ ଦଶମ, ଡିସେମ୍ବର ୧ରୁ ଦ୍ୱାଦଶ

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୧ ପରୀକ୍ଷା ପାଇଁ ଜାରି ହେଲା ସମୟ ସାରଣୀ । ନଭେମ୍ବର ୩୦ରୁ ଦଶମ ବୋର୍ଡ ଓ ଡିସେମ୍ବର ୧ରୁ ଆରମ୍ଭ ହେବ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା । ତେବେ ମାଇନର ସବଜେକ୍ଟଗୁଡ଼ିକ ପାଇଁ ସିବିଏସଇ ଦ୍ୱାଦଶ ପରୀକ୍ଷା ନଭେମ୍ବର ୧୭ ଓ ଦଶମ ଶ୍ରେଣୀ ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହେବ । ତାର ସମୟ ସାରଣୀ ସ୍କୁଲଗୁଡ଼ିକୁ ପଠାଇ ଦିଆଯିବ । ପରୀକ୍ଷାର୍ଥୀ ସିବିଏସଇ ଓ୍ୱେବସାଇଟରୁ ପରୀକ୍ଷା ତାରିଖ ଓ ସମୟସୂଚା ଜାଣିପାରିବେ ।

ଚଳିତବର୍ଷଠାରୁ ସିବିଏସଇ ଦୁଇଟି ବୋର୍ଡ ପରୀକ୍ଷା କରିବ । ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ନଭେମ୍ବର-ଡିସେମ୍ୱର ଭିତରେ ହେବ । ଦ୍ୱିତୀୟ ଟର୍ମ ବୋର୍ଡ ପରୀକ୍ଷା ଫେବ୍ରୁଆରୀ-ମାର୍ଚ୍ଚ ମାସ ଭିତରେ ଅଫଲାଇନରେ ଶେଷ ହେବ ।

ଟର୍ମ-୧ରେ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ଓ ୯୦ ମିନିଟ ଭିତରେ ଉତ୍ତର ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ସକାଳ ସାଢ଼େ ୧୧ଟାରୁ ଆରମ୍ଭ ହୋଇ ଦିନ ଗୋଟାଏରେ ସରିବ । ପ୍ରଥମ ଟର୍ମ ପରୀକ୍ଷାଫଳ ପରେ କାହାକୁ ପାସ୍, କମ୍ପାଟମେଣ୍ଟ ବା ଏସେନ୍ସିଆଲ୍ ରିପିଟ ତାଲିକାରେ ରଖାଯିବ ନାହିଁ । ଦ୍ୱିତୀୟ ଟର୍ମ ରେଜଲ୍ଟ ପରେ ଚୁଡାନ୍ତ ପରୀକ୍ଷାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.