Latest Odisha News

BREAKING NEWS

ପାକିସ୍ତାନ ଭିଜା ପାଇଁ ଆଫଗାନିସ୍ତାନରେ ଦଳଚକଟା, ୧୫ ମୃତ

ନାଙ୍ଗରହାର: ଆଫଗାନିସ୍ତାନର ନାଙ୍ଗରହାର ଅଂଚଳରେ ପାକିସ୍ତାନ ଯିବା ପାଇଁ ଭିଜା ପ୍ରଦାନ କରାଯାଉଥିଲା । ଏଥିପାଇଁ ଏକ ଷ୍ଟାଡିୟମର ଆୟୋଜନ କରାଯାଇଥିଲା ସୁଦ୍ଧା ଏତେ ମାତ୍ରାରେ ଭୀଡ ହୋଇଥିଲା ଯେ, ଦଳଚକଟାରେ ୧୫ ଲୋକ ମୃତ୍ୟୁବରଣ କରିଛନ୍ତି । ଗଭର୍ଣ୍ଣର ଅତାଉଲ୍ଲାହ ଖୋୟାଗନୀ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦେଇଛନ୍ତି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୧୧ ମହିଳା ଓ ୪ ବୃଦ୍ଧ ବ୍ୟକ୍ତି ଅଛନ୍ତି ।

କେଉଁ କାରଣ ପାଇଁ ଲୋକମାନେ ଏତେ ମାତ୍ରାରେ ବ୍ୟତୀବ୍ୟସ୍ତ ହୋଇପଡିଲେ ତାହାର ତଦନ୍ତ ଚାଲିଛି । ଆଫଗାନିସ୍ତାନର ଅନ୍ୟ ଏକ ଘଟଣାରେ ତାଲିବାନ ଆକ୍ରମଣରେ ୩୪ ପୋଲିସ କର୍ମୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.