Latest Odisha News

ତାଲିବାନ କ୍ଷମତାକୁ ଫେରିବା ପରେ ପ୍ରଥମ ଦେଶ ଭାବେ ପାକିସ୍ତାନର ଖୋଲା ସମର୍ଥନ

ଇସଲାମବାଦ: ଶେଷର ପାକିସ୍ତାନ ତାର ପ୍ରକୃତ ରୂପ ସାମ୍ନାକୁ ଆଣିଲା । ସାରା ବିଶ୍ୱ ଆଫଗାନିସ୍ତାନରେ ତାଲିବାନର କବଜା ନେଇ ଅସନ୍ତୁଷ୍ଟ ଥିଲା ବେଳେ କିନ୍ତୁ ଖୁସି ମନାଇଛି ପାକିସ୍ତାନ । ଏପରିକି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହାକୁ ଖୋଲାଖୋଲି ଭାବେ ସମର୍ଥନ କରିବା ସହ ତାଲିବାନ ପ୍ରତ୍ୟାବର୍ତନକୁ ଗୁଲାମଗିରିର ଅନ୍ତ ବୋଲି କହିଛନ୍ତି ।

ପରୋକ୍ଷରେ ଆମେରିକାକୁ ଟାର୍ଗେଟ କରି ସେ କହିଥିଲେ ଅନ୍ୟର ସଂସ୍କୃତିକୁ ଗ୍ରହଣ କରି ସମସ୍ତେ ଦାସ ପାଲଟି ଯାଇଥିଲେ । ଏବେ ସେଥିରୁ ମୁକ୍ତି ପାଇଛନ୍ତି । ପାକିସ୍ତାନ ବ୍ୟତୀତ ଇରାନ ଏବଂ ଚୀନ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.