Latest Odisha News

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଆସିବାକୁ ଖେଳାଳିମାନଙ୍କୁୁ ନିମନ୍ତ୍ରଣ କରିଥିଲେ । ହକିର ସଫଳତା ନେଇ ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି।

ମଙ୍ଗଳବାର ଉଭୟ ଟିମ ଭୁବନେଶ୍ୱର ଆସିବା ପରେ ସେମାନଙ୍କୁୁ ଏଠାରେ ସମ୍ବର୍ଦ୍ଧିତ କରାଯିବ । ଅପରାହ୍ନ ୧୧ଟା୧୦ରେ ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବେ । ସେଠାରୁ ସେମାନଙ୍କୁ ୨ଟି ସ୍ୱତନ୍ତ୍ର ବସରେ ହୋଟେଲ ସାଣ୍ଡି ଟାୱାରକୁ ନିଆଯିବ ଏବଂ ପ୍ରଥମ ଫ୍ଲୋରରେ ଆରଟି ପିସିଆର ଟେଷ୍ଟ କରାଯିବ । ମଧ୍ୟାହ୍ନଭୋଜନ ପରେ ଖେଳାଳିମାନେ ବିଶ୍ରାମ ନେବେ । ୩ଟାରୁ ୩ଟା୩୦ ପର୍ଯ୍ୟନ୍ତ ପ୍ରେସମିଟର ଆୟୋଜନ କରାଯିବ । ୪ଟା୨୫ରେ ଖେଳାଳି ଏବଂ ସମ୍ମାନିତ ବ୍ୟକ୍ତିମାନେ କଳିଙ୍ଗ ଷ୍ଟାଡିୟମକୁ ଯିବେ । ସନ୍ଧ୍ୟା ୫ଟା ୫ଟା୩୦ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଖେଳାଳିମାନଙ୍କ ଫଟୋଶୁଟ କରାଯିବ । ୬ଟା୩୦ରୁ ସମ୍ବର୍ଦ୍ଧନା ଉତ୍ସବ ଲୋକସେବା ଭବନରେ ଆୟୋଜିତ ହେବ । ଶେଷରେ ରାତ୍ର ୮ଟାରେ ହକି ଷ୍ଟାଡିୟମରେ ନୈଶ୍ୟ ଭୋଜିର ଆୟୋଜନ କରାଯିବ ।

Leave A Reply

Your email address will not be published.