Latest Odisha News

BREAKING NEWS

ଆଫଗାନିସ୍ତାନ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ଜାରୀ !

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଦଳ ଖେଳିବା ନେଇ ସଂଶୟ ଜାରୀ ରହିଛି । ଅବଶ୍ୟ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନଙ୍କ ମତରେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ ଜାରୀ ରଖିଛୁ । ବିଶ୍ୱକପରେ ଦଳ ନିଶ୍ଚିତ ଭାବେ ଅଂଶଗ୍ରହଣ କରିବ । ଏବେ ଷ୍ଟାଡିୟମ ଏବଂ ଅନ୍ୟ ଅଫିସଗୁଡିକ ତାଲିବାନ କବଜାରେ ରହିଛି ।

ଦଳର ତିନି ପ୍ରମୁଖ ଖେଳାଳି ରଶିଦ ଖାଁ, ମହମ୍ମଦ ନବି ଓ ମୁଜିବ ଉର ରହେମାନ ଇଂଲଣ୍ଡରେ ଅଛନ୍ତି । ଅନ୍ୟ ଖେଳାଳିମାନେ ଆଫଗାନିସ୍ତାନରେ ରହିଛନ୍ତି । ତାଲିବାନ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.