ଲାହୋର: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନୀଶ କାନେରିଆ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶାହିଦ ଆଫ୍ରିଦୀଙ୍କ ଉପରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହିନ୍ଦୁ ହୋଇଥିବାରୁ ପିସିବି ସବୁବେଳେ ମୋତେ ଅଣଦେଖା କରିଛି । ଅଧିନାୟକ ଶାହୀଦ ଆଫ୍ରିଦୀ ମୋତେ ଷଡଯନ୍ତ୍ର କରି ୨୦୧୩ ସ୍ପଟ ଫିକ୍ସିଂରେ ଫସାଇଥିଲେ । ମୁଁ ଉପରୁ ଲଗା ଯାଇଥିବା ଆଜୀବନ ପ୍ରତିବନ୍ଧ ହଟାଇବା ପାଇଁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ହିନ୍ଦୁ ବୋଲି ପିସିବି କାନେରିଆଙ୍କ ପ୍ରତି ଅନ୍ୟାୟ କରିଛି ବୋଲି କିଛି ଦିନ ତଳେ ପାକିସ୍ତାନର ପୂର୍ବତନ ପେସ ବୋଲର ଶୋଏବ ଅଖତାର କହିଥିଲେ । ସେହିପରି କାନେରିଆ କହିଛନ୍ତି ମୋ ସମୟରେ ଯଦି ଆଫ୍ରିଦୀ ଅଧିନାୟକ ନ ହୋଇଥାନ୍ତେ ତାହାହେଲେ ଆହୁରି ଅଧିକ ମ୍ୟାଚ ଖେଳି ପାରିଥାନ୍ତି ।
Comments are closed.