Latest Odisha News

BREAKING NEWS

ପ୍ରେମିକାଙ୍କୁ ଠକିଦେଲା ପ୍ରେମିକ ! କଲେଜ ଟଙ୍କା ଲୁଟ ଅଭିଯୋଗ ପରେ ବନ୍ଧା ହେଲା ପ୍ରେମିକା

ଭୁବନେଶ୍ୱର: ୧୦୦୦ କି ୧୦ ହଜାର ନୁହେଁ ବରଂ ୯୭ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ରାଜଧାନୀ ଉପକଣ୍ଠ ତୋମାଣ୍ଡୋ ସ୍ଥିତ ସି.ଭି ରମଣ ଇଞ୍ଜିନିୟରିଂ କଲେଜର ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କୁ ଶୁକ୍ରବାର ପୁଲିସ ଗିରଫ କରିଛି । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣକ କଲେଜ ଫଣ୍ଡରୁ ୯୭ ଲକ୍ଷ ଟଙ୍କା ତାଙ୍କ ପ୍ରେମିକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ।

ଏସିପି ପ୍ରକାଶ ଚନ୍ଦ୍ର ପାଲ ସୂଚନା କହିଛନ୍ତି ଯେ ଅଭିଯୁକ୍ତ ମହିଳା ଆକାଉଣ୍ଟାଣ୍ଟ ଯାହାକୁ ପଇସା ପଠାଉଥିଲେ ସେ  କଲେଜର ଜଣେ ପୂର୍ବତନ ଛାତ୍ର। ଗତ ଦୁଇ ବର୍ଷ ମଧ୍ୟରେ ମହିଳା କର୍ମଚାରୀ ଜଣଙ୍କ ୯୭ ଟଙ୍କା ପଠାଇଥିଲେ । ଯୁବକ ଜଣଙ୍କ ଘର ଝାଡ଼ଖଣ୍ଡର । ଯୁବକଙ୍କ ବାପାଙ୍କ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ ଥିଲା । ଏହି ସମୟରେ ମହିଳା ଜଣଙ୍କ କଲେଜ ପଇସାକୁ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ପ୍ରେମିକଙ୍କ ପାଖକୁ ପଠାଇଥିଲେ। ମହିଳା ଜଣକ ସମସ୍ତ ଟଙ୍କା ଡିଜିଟାଲ ଟ୍ରାଞ୍ଜାକସନ ଜରିଆରେ ପଠାଇଥିଲେ ବୋଲି ଥାନା ଅଧିକାରୀ ପ୍ରକାଶ ପାଲ କହିଛନ୍ତି।

ନିକଟରେ ସମ୍ପୃକ୍ତ ମହିଳା କର୍ମଚାରୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ସେମାନେ ଅଡିଟ୍ କରିଥିଲେ। ପରେ କଲେଜ କର୍ତ୍ତୃପକ୍ଷ ତମାଣ୍ଡୋ ଥାନାରେ ମହିଳାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଏବଂ ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ୍ ଝାଡ଼ଖଣ୍ଡ ପଠାଇବୁ ବୋଲି ଥାନା ଅଧିକାରୀ କହିଛନ୍ତି।

Leave A Reply

Your email address will not be published.