Latest Odisha News

BREAKING NEWS

୧୪ ଘଣ୍ଟା ପରେ ଶ୍ରଦ୍ଧାଞ୍ଜଳି, ୧୨ ଘଣ୍ଟା ପରେ ଅକ୍ଷୟ ପରିଜା ଇଡି ଅଫିସରୁ ବାହାରିଲେ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ କରି ଆଜି ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରଥମ ଥର ପାଇଁ ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଦ୍ବିତୀୟ ଥର ପାଇଁ ଜେରା କରିଛି। ଉଭୟ ଯଥାକ୍ରମେ ୧୪ ଘଣ୍ଟା ଓ ୧୨ ଘଣ୍ଟା ଇଡି ଅଧିକାରୀଙ୍କ ଜେରାର ସାମ୍ନା କରିଛନ୍ତି।

ମିିିିଳିଥିବା ସୂଚନା ଅନୁସାରେ ଇଡି ଅଧିକାରୀ ଏହି ମାମଲାରେ ଅନ୍ୟତମ ଗିରଫ ଅଭିଯୁକ୍ତ ଖଗେଶ୍ବର ପାତ୍ରକୁ ମଧ୍ୟ ଦୁଇ ଜଣଙ୍କ ସାମ୍ନାରେ ବସାଇ ଇଡି ଜେରା କରିଛି। ଇଡି ଜେରା କରିବା ବେଳେ ମୁଖ୍ୟତଃ କେମିତି ଅର୍ଚ୍ଚନା ନାଗଙ୍କ ସଂସ୍ପର୍ଶରେ ଆସିଥିଲେ। କାହିଁକି ଏତେ ଟଙ୍କାର କାରବାର ହୋଇଛି ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରୟାସ କରିଛି ଇଡି। ଏହି ସମୟରେ ଗିରଫ ଅଭିଯୁକ୍ତ ଖଗେଶ୍ବର ପାତ୍ରର ମେଡିକାଲ ଚେକ୍ ଅପ କରାଇଥିଲେ ଇଡି ଅଧିକାରୀ। ମିଳିଥିବା  ସୂଚନା ଅନୁଯାୟୀ ଏବେ ଖଗେଶ୍ବରର ସ୍ବାସ୍ଥ୍ୟାବସ୍ଥା ଠିକ୍ ରହିଛି।

ତେବେ ଦୀର୍ଘ ୧୨ ଘଣ୍ଟା ଧରି ଇଡି ଜେରାର ସମ୍ମୁଖୀନ ହେବା ପରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଗଣମାଧ୍ୟମ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ବୋଲି କହିଛନ୍ତି। ଏହି ମାମଲାରେ ସେ ଫସିଛନ୍ତି। ତାଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ଇଡିକୁ ସମସ୍ତ ଦସ୍ତାବିଜ ଦେଇଛନ୍ତି। ତଦନ୍ତ ବେଳେ ସେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ବୋଲି କହିଛନ୍ତି। ସେ ନିର୍ଦ୍ଦୋଷ ବୋଲି କହିଛନ୍ତି। ତାଙ୍କର ତଦନ୍ତ ଅଧିକାରୀ ଏବଂ ନ୍ୟାୟପାଳିକା ଉପରେ ଭରସା ରହିଛି ବୋଲି କହିଛନ୍ତି। ମାମଲାର ତଦନ୍ତ ଚାଲୁଥିବାରୁ ସେ ବେଶୀ କିଛି କହିବେ ନାହିଁ ବୋଲି କହିଛନ୍ତି।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ଇଡି ଅଫିସରୁ ବାହାରିଥିଲେ ସତ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କଟକ ବାଙ୍କି କଲେଜରେ ସେ ପାଠ ପଢୁଥିଲେ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ମଧ୍ୟ ଇଡି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା। ସେହିପରି ହୋଟେଲ ବ୍ୟବସାୟୀ ଅମୀୟ ଦାସ ପାଖାପାଖି ୮ ଘଣ୍ଟା ଇଡି ଜେରାର ସାମ୍ନା କରିଥିଲେ। ଅମୀୟ ଦାସ କହିଛନ୍ତି, ଜଗବନ୍ଧୁଙ୍କ ଦେହ ଖରାପ ବେଳେ ଟଙ୍କା ମାଗିଥିଲେ ଅର୍ଚ୍ଚନା। ମୋଟ୍ ୭ ଲକ୍ଷ ଟଙ୍କା ଦମ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ଅମୀୟ ଦାସ। ୨୦୨୧ – ୨୨ରେ ଲକ୍ଷାଧିକ ଟଙ୍କା କାରବାର ନେଇ ସମନ ପାଇବା ପରେ ହାଜର ହୋଇ ଏପରି କହିଥିଲେ ଅମୀୟ ଦାସ।

Leave A Reply

Your email address will not be published.