Latest Odisha News

ହକି ବିଶ୍ୱକପ ପାଇଁ ବିକ୍ରି ଆରମ୍ଭ ହେଲା ଟିକେଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଉ ଦେଢ଼ ମାସ ରହିଲା  ହକି ବିଶ୍ୱକପ । ଜାନୁଆରୀ ୧୩ରେ ଭୁବନେଶ୍ବର, ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଏହି ଟୁର୍ଣ୍ଣାମେଣ୍ଟ ।

ଅନଲାଇନରେ ଏବେ ଟିକେଟ ପାଇପାରିବେ କ୍ରୀଡ଼ାପ୍ରେମୀ ।  ପେଟିଏମ ଇନସାଇଡର ସାଇଟରୁ ଟିକେଟ ପାଇପାରିବେ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ କିଣିପାରିବେ । ଭାରତ ମ୍ୟାଚ ପାଇଁ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟ ମୂଲ୍ୟ ରହିଛି ୫୦୦ ଟଙ୍କା ରହିଛି  । ସେହିପରି ଇଷ୍ଟଷ୍ଟାଣ୍ଡ ପାଇଁ ୪୦୦ ଟଙ୍କା ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଲେଖାଏ ଦର ରହିଛି ।

ଅନ୍ୟମ୍ୟାଚ୍ ପାଇଁ ଟିକେଟ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦ ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ମୂଲ୍ୟ ରହିଛି ।

 ଦୁଇ ଦିନ ତଳେ  ପ୍ରିରେଜିଷ୍ଟ୍ରେସନ ପାଇଁ କୁହାଯାଇଥିବା ବେଳେ ଏବେ ପ୍ରଥମ ଦର୍ଶକ ଭାବେ  ଟିକେଟ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ବିଶ୍ବର ଖେଳପ୍ରେମୀଙ୍କୁ ଓଡ଼ିଶାରେ ଏହି ବିଶ୍ବକପ୍ ଦେଖିବା ପାଇଁ ଆହ୍ବାନ କରିଛନ୍ତି । ଆମ ଦେଶର ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଶ୍ପକପ ଦେଖିବା ପାଇଁ ଏଥର ଟିକେଟ କିଣିବାକୁ ପ୍ରବଳ ଉତ୍ସାହ ରହିଛି । ସାରା ବିଶ୍ବରୁ କ୍ରୀଡ଼ାପ୍ରେମୀମାନେ ଟିକେଟ କିଣିପାରିବେ । ଭାରତ ଖେଳୁଥିବା ମ୍ୟାଚ ପାଇଁ ଟିକେଟର ମୂଲ୍ୟ 500 ଟଙ୍କା, 400 ଟଙ୍କା ଏବଂ 200 ଟଙ୍କା ରହିଛି ।

 

 

Leave A Reply

Your email address will not be published.