Latest Odisha News

BREAKING NEWS

ଚୋରି କରିବାକୁ ଚୋର ଆସିଥିଲା ମହିନ୍ଦ୍ରା ଜିପ ଗାଡି଼ରେ, ମାଡ଼ିବସିଲେ ଲୋକେ

ଭୁୂବନେଶ୍ୱର: ଜଣେ ଚୋର ଚୋରି କରିବାକୁ ଆସିଲେ କେମିତି ଆସୁଥିବ? ଗାଡି ନହେଲେ ଚାରି ଚକିଆ କାର ଧରି ସଂଘ ବଦ୍ଧ ହୋଇ ଆସୁଥିବେ। ଉଦ୍ଦେଶ୍ୟ ହେଲେ ଚୋରି କରିବା ମାତ୍ରେ ଯେତେ ଶୀଘ୍ର ନିଜ ସୁରକ୍ଷିତ ସ୍ଥାନକୁ ପଳାଇବେ। ହେଲେ ଜଣେ ଚୋର ଏପରି କରିବାରେ ବିଫଳ ହୋଇଛି। ଆଉ ପରେ ସ୍ଥାନୀୟ ଲୋକେ ମାଡି ବସିବା ପରେ ନିର୍ଦ୍ଦୁମ ମାଡ଼ ଖାଇଛି।

BjdElectrycity

ଗତ ରାତିରେ ଗିରଫ ଅଭିଯୁକ୍ତ ରାଜଧାନୀ ଉପକଣ୍ଠ ଭିଏସଏସ ନଗରରେ ସତ୍ୟ କମ୍ୟୁନିକେଶନ ନାମକ ଏକ ଦୋକାନ ସଟର ଭାଙ୍ଗି ବିଭିନ୍ନ କମ୍ପାନୀର ୪୦ଟି ମୋବାଇଲ ଫୋନ ଏବଂ ନଗଦ ୨୦ ହଜାର ଟଙ୍କା କ୍ୟାସଡ୍ର ଭାଙ୍ଗି ଚୋରି କରିଥିଲେ। ଚୋରି କରିବାକୁ କିନ୍ତୁ ଅଭିଯୁକ୍ତ ଜଣକ ମହିନ୍ଦ୍ରା ଜିପ ସାଙ୍ଗରେ ଆଣିଥିଲେ। ଯାହାର ନମ୍ବର OD02CD8123 ରହିଛି । ତେବେ ଚୋରି କରିବା ପରେ ପଳାଇଯିବାକୁ ଚେଷ୍ଠା କରୁଥିବା ବେଳେ ନିକଟରେ ଥିବା କିଛି ସାଧାରଣ ଲୋକ ତାଙ୍କୁ କାବୁ କରିନେଇଥିଲେ।

ପଚରା ଉଚରା ବେଳେ ଅଭିଯୁକ୍ତ ଜଣକ ଚୋରୀ କରିବାକୁ ଆସିଥିବା ମାନିଥିଲା। ଏହାପରେ ପିସିଆର ସହାୟତାରେ ଅଭିଯୁକ୍ତକୁ ଶହୀଦନଗର ଥାନାରେ ଜିମ୍ମା ଦେଇଥିଲେ। ଅଭିଯୋଗକାରୀ ରଞ୍ଜିତ ସାହୁଙ୍କ ଅଭିଯୋଗଭିତ୍ତିରେ ଶହୀଦନଗର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଶହୀଦନଗର ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତର ହେପାଜତରୁ ଚୋରୀ ରେ ବ୍ୟବହୃତ କିଛି ଉପକରଣ ଏବଂ ଗୋଟିଏ ମହିନ୍ଦ୍ରା ଜୀପ ଜବତ କରିଛନ୍ତି।

ଗିରଫ ଅଭିଯୁକ୍ତ ଜଣଙ୍କ ଆଦର୍ଶ ଗୌତମ ପାଣିଗ୍ରାହୀ ବୋଲି ଜଣାପଡିଛି। ଘର ଭୁବନେଶ୍ବର ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ।

Leave A Reply

Your email address will not be published.