Latest Odisha News

BREAKING NEWS

ଅର୍ଚ୍ଚନା ନାଗ ମାମଲା: ଇଡ଼ି ଅଧିକାରୀ କ’ଣ ପ୍ରଶ୍ନ କଲେ, କହିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର: ଦୀର୍ଘ ୧୨ ଘଣ୍ଟା ଇଡି ଜେରାର ସାମ୍ନା କରିବା ପରେ ବାହାରିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି କେଉଁ ସବୁ ପ୍ରଶ୍ନ କରିଥିଲା ସେ ନେଇ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ସିନେ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ। ଆଜି ସକାଳେ ସେ ଇଡିର ସମନ ଅନୁଯାୟୀ ହାଜର ହୋଇ ପକ୍ଷ ରଖିଥିଲେ।

ଲେଡି ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ଏବଂ ଏହି ମାମଲାରେ ଛନ୍ଦି ହୋଇଥିବା ଅନ୍ୟତମ ଯୁବତୀ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଜାଗମରା ସ୍ଥିତ ପ୍ରମୋଦଙ୍କ ଘରେ ଭଡାରେ ରହୁଥିଲେ। ପ୍ରଥମେ ଅର୍ଚ୍ଚନା ପରେ ଶ୍ରଦ୍ଧାଞ୍ଜଳି ରହୁଥିଲେ। ଏଥିସହ ଅର୍ଚ୍ଚନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ପ୍ରମୋଦଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ନେଣଦେଣ ରହିଥିବାରୁ ଇଡି ସ୍କାନରକୁ ଆସିଛନ୍ତି ପ୍ରମୋଦ ସ୍ବାଇଁ।

ଇଡି ଜେରାର ସାମ୍ନା ପରେ ସେ କହିଛନ୍ତି, ଅର୍ଚ୍ଚନା ତାଙ୍କ ଘରେ ଭଡାରେ ରହୁଥିଲେ । ସେତେବେଳେ ତାଙ୍କ ଆର୍ଥିକ ଅବସ୍ଥା ଖରାପ ଥିଲା। ତେଣୁ ଭଡା ଟଙ୍କା ଦେଇପାରୁନଥିଲେ। ହେଲେ ସେ ଯେତେବେଳେ ଘର ଛାଡିଥିଲେ ଓଲଟି ତାଙ୍କୁ ୫ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏପରି କହି ସେ  ବ୍ଲାକ ମେଲ କରିଥିଲେ। ଇଡି ଏହି ସବୁ ବାବଦରେ ପ୍ରଶ୍ନ କରିଥିଲା ସବୁ ପ୍ରଶ୍ନର ସେ ସଠିକ ଉତ୍ତର ଦେଇଛନ୍ତି ବୋଲି କହିଛନ୍ତି।

ଜେରା ପୂର୍ବରୁ ପ୍ରମୋଦ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ଅର୍ଚ୍ଚନା ତାଙ୍କୁ ବ୍ଲାକମେଲ କରିଥିଲେ। ସେ ଏବଂ ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ତାଙ୍କ ଘରେ ରହୁଥିଲେ। ପୂର୍ବରୁ ଅର୍ଚ୍ଚନା ତାଙ୍କ ବିରୋଧରେ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ।
ବିନା ଭଡ଼ାରେ ପ୍ରଯୋଜକଙ୍କୁ ବ୍ୟବହାର କରିବା ପାଇଁ ବ୍ଲାକମେଲିଂ କରିବା ସହ ମିଥ୍ୟା ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେବା ଅଭିଯୋଗରେ ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା। ସେହିପରି ୨୦୧୭ରେ ପ୍ରମୋଦ ମଧ୍ୟ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ ବୋଲି ଜଣାପଡିଛି।

Leave A Reply

Your email address will not be published.