Latest Odisha News

BREAKING NEWS

ଧର୍ମେନ୍ଦ୍ରଙ୍କୁ ସୁଶାନ୍ତ ସିଂହଙ୍କ ଜବାବ: ପ୍ରମାଣ କରି ଦେଖାଅ, ପରେ କହିବ

ଭୁବନେଶ୍ୱର: ପଦ୍ମପୁରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପରକୁ ଟାର୍ଗେଟ୍ କରିଥିଲେ। ବିଜେଡି ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି, ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛି ଶାସକ ଦଳ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ୍ କରି ସେ କହିଥିଲେ, ସ୍ବାସ୍ଥ୍ୟମନ୍ତ୍ରୀ ଟଙ୍କା ମୁଣି ଧରି ଏଠାକୁ ଆସିଛନ୍ତି। ସେ ଜାନକୀବାବୁଙ୍କୁ ବୁଡ଼େଇଥିଲେ। ଏବେ ନବୀନ ବାବୁଙ୍କୁ ବୁଡ଼େଇବେ। ଏପରି ଅଭିଯୋଗର ଜବାବ ଦେଇଛନ୍ତି ରାଜ୍ୟ ସରକାରର ପୂର୍ବତନ ମନ୍ତ୍ରୀ ତଥା ଭଟଲୀର ବିଧାୟକ ସୁଶାନ୍ତ ସିଂହ।

ସେ କହିଛନ୍ତି, ହାରିବେ ଜାଣିସାରିଲେଣି ତେଣୁ ଏପରି ବାଉଳି ହେଉଛନ୍ତି। ଏହା ଧାମନଗର ନୁହେଁ ପଦ୍ମପୁର। ଏହା ବିଜେଡିର ଗଡ଼। ଲକ୍ଷେ ଭୋଟରେ ବିଜେଡି ଜିତିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଯଦି ବିଜେଡି ହାରିବ ତାହେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି। ୫୮ଟି ପଞ୍ଚାୟତ ପାଇଁ ନେତାଙ୍କୁ ନିଯୁକ୍ତ କରାଯାଇଛି। କିଭଳି ଭୋଟ୍ ବିଜେଡି ସମର୍ଥନରେ ଆସିବ ସେ ନେଇ ଜୋରଦାର ପ୍ରସ୍ତୁତି ହୋଇଛି। ନିର୍ବାଚନ ଫଳାଫଳ ପରେ ସବୁ ଜଣାପଡ଼ିଯିବ। ସ୍ବାସ୍ଥ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି ଯାହା କେନ୍ଦ୍ରମନ୍ତ୍ରୀ କହିଛନ୍ତି ତାହା ପ୍ରଥମେ ପ୍ରମାଣିତ ହେବା ଦରକାର। ବିନା ପ୍ରମାଣରେ ଏପରି କହିବା ଠିକ୍ ନୁହେଁ। ସେହିପରି ବୀମା ଟଙ୍କା ରାଜ୍ୟ ସରକାର ନୁହଁ ବରଂ କମ୍ପାନୀ ଦିଅନ୍ତି। ଏପରି କହି କେନ୍ଦ୍ରମନ୍ତ୍ରୀଙ୍କୁ ସେ ଟାର୍ଗେଟ କରିଛନ୍ତି।

ଧର୍ମେନ୍ଦ୍ର କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଦେଇଥିବା ପ୍ରତିଶ୍ରୁତି ପାଳନ ନକରି ମିଲରଙ୍କ ସହ ମଧୁଚନ୍ଦ୍ରିକା କରୁଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ଧାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଏହି ମୂଲ୍ୟ ୨୦୪୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମାତ୍ର ଏଠାରେ ରାଜ୍ୟ ସରକାର ଓ ମିଲରଙ୍କ ମଧୂଚନ୍ଦ୍ରିକା କାରଣରୁ ଧାନ କ୍ୱିଣ୍ଟାଲ ପିଛା ୧୨୦୦ରୁ ୧୩୦୦ ଟଙ୍କାରେ ବିକ୍ରି ହେଉଛି । ସୋହେଲାରେ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କେନ୍ଦ୍ର ଅନୁଦାନ ବ୍ୟତିତ ଚାଷୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ବୋନସ ରାଜ୍ୟର ଜଣେ ବି ଚାଷୀଙ୍କୁ ମିଳିପାରିନାହିଁ । ମୋଦି ସରକାର ଧାନ କିଣା ପାଇଁ ପଇସା ଦେବା ସତ୍ତ୍ୱେ ନବୀନ ସରକାର ଚାଷୀଙ୍କ ପଇସାକୁ ହଡପ କରୁଛନ୍ତି । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଗଙ୍ଗାଧର ମେହେର କେନାଲ ପ୍ରକଳ୍ପରେ ଏ ଯାଏଁ ମୁନ୍ଦେ ପାଣି ଜମିକୁ ମାଡିନାହିଁ।

Leave A Reply

Your email address will not be published.