Latest Odisha News

BREAKING NEWS

୧୫ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା !

ନୂଆଦିଲ୍ଲୀ: ହୃଦଘାତର ଶିକାର ପରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଇତି ମଧ୍ୟରେ ୧୫ ଦିନ ପରେ ତାଙ୍କର ଚେତା ଫେରିଥିବା ସୂଚନା ରହିଛି। ଏ  ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ପରେ ତାଙ୍କ ବ୍ୟକ୍ତିଗତ ସଚିବ ସୂଚନା ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି ଯେ, ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ଚେତା ଫେରିଛି । ଏବେ ସେ ଏମ୍ସ ହସ୍ପିଟାଲର ଡାକ୍ତରଙ୍କ ଦ୍ୱାରା ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି।

ତେବେ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ରିପୋର୍ଟ ଅନୁଯାୟୀ ଏପରି ଖବରକୁ ରାଜୁଙ୍କ ଭଣଜା ମୟଙ୍କ ଖାରଜ କରିଛନ୍ତି। ଗର୍ବିତ ନାରଙ୍ଗ ୟୁପି କାନପୁରରେ ଅଛନ୍ତି। ଶ୍ରୀବାସ୍ତବଙ୍କ ବାବଦରେ ସେ କାନପୁରରୁ ରହି ଖବର ଦେଇଥିଲେ।

ମୟଙ୍କ ସ୍ପଷ୍ଟ କରିଛନ୍ତି ଯେ ରାଜୁଙ୍କ ପରିବାର ଅର୍ଥାତ୍ ସେ ନିଜେ ଏବଂ ତାଙ୍କ ମାଇଁ ଓ ଅନ୍ୟମାନେ ଏବେ ଡାକ୍ତରଖାନାରେ ରହିଛନ୍ତି। କାନପୁରରୁ ରହି ଗର୍ବିତ ସଠିକ୍ ଖବର ଦେଉନାହାନ୍ତି। ତେଣୁ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପରିବାର ଲୋକଙ୍କଠୁ ନେବା ଠିକ୍ ହେବ। ରାଜୁ ଶ୍ରୀବାସ୍ତବଙ୍କ ଚେତ ଫେରି ନାହିଁ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୧୦ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏବଂ ଜିମରେ ବ୍ୟାୟାମ କରିବା ସମୟରେ ପଡ଼ିଯିବା ପରେ ରାଜୁ ଶ୍ରୀବସ୍ତବ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ଡେଡ୍ ହୋଇସାରିଛି।

Leave A Reply

Your email address will not be published.