ସୁନ୍ଦରଗଡ: ସୁନ୍ଦରଗଡରୁ ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାର ବିଶ୍ର ସଦର ମାର୍କେଟ ଅଚଂଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପୁରା ୪୮ ଘଂଟା ପାଇଁ ସିଲ୍ କରାଯାଇଛି । ଏଥିସହ ସମ୍ପୃକ୍ତ ଅଚଂଳରେ ସାନିଟାଇଜ କରାଯାଉଛି । ପୁରା ଅଚଂଳରେ ପ୍ରାୟ ୧୫୦୦ ଘର ରହିଛି । ଏହି ସବୁ ଘର ଓ ରାସ୍ତାଘାଟକୁ ବିଶୋଧନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଅଚଂଳରେ ରହୁଥିବା ସମସ୍ତ ଲୋକଙ୍କୁ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେପଟେ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜା ଚାଲିଛି । ଯେପରି ସମ୍ପୃକ୍ତ ଅଚଂଳରେ ସଂକ୍ରମଣ ନବ୍ୟାପିବ ସେଥିପାଇଁ ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ବାହାର ଲୋକଙ୍କୁ ମଧ୍ୟ ଏହି ଅଂଚଳ ଭିତରକୁ ପ୍ରବେଶ ବାରଣ କରାଯାଇଛି । ଘରକୁ ଘର ସର୍ଭେ କରାଯାଇ କରୋନା ସନ୍ଦିଗ୍ଧଙ୍କୁ କଂଟାକ୍ଟ ଟ୍ରେସିଂ କରାଯିବ ।
BREAKING NEWS
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
Comments are closed.